ମୁମ୍ବାଇ : ଭାରତର ଟି ୨୦ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ବର୍ତ୍ତମାନ ସେ ତାଙ୍କର ଜଣେ ଭଲ ବନ୍ଧୁଙ୍କୁ ନିରାଶ କରିଛନ୍ତି । ଟିମ ଇଣ୍ଡିଆର ସ୍ୱପ୍ନ ଦେଖାଇ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କର ସର୍ବୋତ୍ତମ ବନ୍ଧୁଙ୍କୁ ସୁଯୋଗ ଦେଇନାହାଁନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚଟି ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଏହି ଖେଳାଳି ଚୟନ ହେବା ନିଶ୍ଚିତ ଥିଲା । କିନ୍ତୁ ହଠାତ ଏହା ଜାଣିବାକୁ ପାଇଲା ଯେ ଏହି ଟି-୨୦ ସିରିଜ ପାଇଁ ଏହି ବ୍ୟାଟ୍ସମ୍ୟାନଙ୍କୁ ଅଣଦେଖା କରାଯାଇଛି । ବାସ୍ତବରେ ଏହି ବ୍ୟାଟ୍ସମ୍ୟାନ ଆଇପିଏଲ ମାଧ୍ୟମରେ ଖୋଜା ହୋଇଥିଲେ । ଟି ୨୦ ଫର୍ମାଟରେ ଭାରତ ପାଇଁ ଡେବ୍ୟୁ କରିବାକୁ ଏକ ଦୃଢ ପ୍ରତିଯୋଗୀ ଥିଲେ । କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ୨୦୨୩ ସମୟରେ କହିଥିଲେ ଯେ ଖୁବ ଶୀଘ୍ର ତାମିଲନାଡୁର ବାମହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସାଇ ସୁଦର୍ଶନ ଭାରତ ପାଇଁ ଟି ୨୦ ଇଣ୍ଟରନ୍ୟାସନାଲରେ ଡେବ୍ୟୁ କରିପାରନ୍ତି । କିନ୍ତୁ ୱେଷ୍ଟିଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ ପାଇଁ ଏହି ବ୍ୟାଟ୍ସମ୍ୟାନଙ୍କୁ ସୁଯୋଗ ଦିଆଯାଇନଥିଲା ।
ୱଷ୍ଟଇଣ୍ଡିଜ ବିପକ୍ଷ ଏହି ୫ଟି ମ୍ୟାଚ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ହେଉଛନ୍ତି ଭାରତର ଅଧିନାୟକ । ଯିଏକି ତାଙ୍କ ଅଧିନାୟକତ୍ୱରେ ସାଇ ସୁଦର୍ଶନଙ୍କୁ ସୁଯୋଗ ଦେଇନାହାଁନ୍ତି । ଆଇପିଏଲ ୨୦୨୩ରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜେ ସୂଚାଇ ଦେଇଛଥିଲେ ଯେ ସାଇ ସୁଦର୍ଶନ ଖୁବ ଶୀଘ୍ର ଭାରତ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିପାରନ୍ତି । ସାଇ ସୁଦର୍ଶନ ୨୦୨୩ ସିଜିନରେ । ସେଇ ସୁଦର୍ଶନ ଆଇପିଏଲ ୨୦୨୩ ସିଜନରେ ଏହାର ଟ୍ରେଲର ଦେଖାଇଥିଲେ । ଗୁଜୁରାଟ ଟାଇଟାନ୍ସ ପାଇଁ ଆଇପିଏଲ ୨୦୨୩ ଫାଇନାଲରେ ଚେନ୍ନାଇ ବିପକ୍ଷରେ ୨୧ଟି ସାଇ ସୁଦର୍ଶନ ନା ଏକ ସ୍ମରଣୀୟ ଇନିଂ ଖେଳିଥିଲେ
previous post