Cricket

ଦ୍ୱିତୀୟ ମ୍ୟାଚ ପୂର୍ବରୁ କୋର୍ଟରେ ମାମଲା ରୁଜୁ

ରାଞ୍ଚି: ଆଜି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ । କିନ୍ତୁ ମ୍ୟାଚକୁ ନେଇ କୋର୍ଯରେ ରୁଜୁ ହୋଇଛି ମାମଲା । ଖେଳାଳୀଙ୍କ ସୁରକ୍ଷା ଏବଂ କୋରୋନା କଟକଣାକୁ ଧ୍ୟାନରେ ରଖି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛି ବିସିସିଆଇ । ସମସ୍ତ ପ୍ରସ୍ତୁତି ପରେ ମଧ୍ୟ ଷ୍ଟାଡିୟମରେ ଶତ ପ୍ରତିଶତ ଦର୍ଶକଙ୍କୁ ଅନୁମତି ବିରୋଧରେ ଦାଖଲ ହୋଇଛି ଜନସ୍ୱାର୍ଥ ମାମଲା । ଆଇନଜୀବୀ ଧୀରଜ କୁମାର ଝଡଖଣ୍ଡ ହାଇକୋର୍ଟରେ ଜନ ସ୍ୱାର୍ଥ ମାମଲା ଦାଖଲ କରିଛନ୍ତି । ଏହାସହ କିପରି ରାଜ୍ୟ କ୍ରିକେଟ ବୋର୍ଡ କିପରି କରୋନା ସମୟରେ ଶତ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେଇଛି ସେନେଇ ସବିଶେଷ ଯାଞ୍ଚ ପାଇଁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ।
କୋରୋନା ଏସଓପି ପାଇଁ ରାଜ୍ୟରେ ବିବାହ, ବ୍ରତଘରରେ ୫୦ ପ୍ରତିଶତ ଲୋକଙ୍କୁ ଅନୁମତି ଦିଆଯାଉଛି । ସ୍କୁଲରେ ମଧ୍ୟ ମାତ୍ର ୫୦ ପ୍ରତିଶତ ପିଲାଙ୍କୁ ହିଁ ଅନୁମତି ମିଳିଛି । କିନ୍ତୁ ମ୍ୟାଚରେ ଶତ ପ୍ରତିଶତ ଦର୍ଶକଙ୍କୁ ଅନୁମତି କିପରି ମିଳିଛି ବୋଲି ସେ ପ୍ରଶ୍ନ କରିିଛନ୍ତି ।

Related posts

ଭାରତ ଗସ୍ତରେ ଦକ୍ଷିଣ ଆଫ୍ରିକା ଦଳ ; ୮ଟି ନୂଆ ମୁହଁ ସହିତ ଦେବେ ଅଗ୍ନିପରୀକ୍ଷା

Odisha Sports Bureau

ଟେଷ୍ଟ କିକ୍ରେଟରେ ଅମ୍ପାୟାର ହେବେ ନୀତିନ ମେନନ

Odisha Sports Bureau

ଦୀନେଶ କାର୍ତ୍ତିକଙ୍କ ପରେ ଏବେ ଶିଖର ଧାୱନ ନେବେ ଅବସର? ମିଳିଲା ବଡ ସୂଚନା

Odisha Sports Bureau