Football

ଚାମ୍ପିଆନ୍ସ ଲିଗ୍: ୦-୩ରେ ହାରିଲା ମେସିଙ୍କ ଦଳ

(ଓଡିଶା ସ୍ପୋର୍ଟସ୍): କ୍ରିଷ୍ଟିଆନୋ ରୋନାଲଡୋ ଦୁଇଟି ଗୋଲ୍ ଦେଇ ୟୁଭେଣ୍ଟସ୍ ବାର୍ସିଲୋନାକୁ ୩-୦ରେ ପରାସ୍ତ କରିଛନ୍ତି । ରୋନାଲଡୋଙ୍କ ପ୍ରଦର୍ଶନ ଆଧାରରେ ୟୁଭେଣ୍ଟସ୍ ଗ୍ରୁପ୍ ଜି ଶୀର୍ଷରେ ରହିଛନ୍ତି । ଏଥର ମେସି ବାର୍ସିଲୋନାକୁ ନିରାଶ କରିଛନ୍ତି । ବିଶେଷ କଥା ହେଉଛି ବାର୍ସିଲୋନା ବିପକ୍ଷ ଗୋଟିଏ ମ୍ୟାଚରେ ପେନାଲ୍ଟିରୁ ଦୁଇଟି ଗୋଲ ସ୍କୋର କରିବାରେ ଚାମ୍ପିଅନ୍ସ ଲିଡର ପ୍ରଥମ ଖେଳାଳି ହୋଇଥିଲେ ।

ଅନେକ ଥର ଗୋଲ ସ୍କୋର କରିବାକୁ ନିକଟତର ହୋଇଥିଲେ ମଧ୍ୟ ଗୋଲ କିପର ଜିଆନଲୁଇଜି ବଫନଙ୍କ ଦ୍ୱାରା ମେସି ବାଧା ପାଇଥିଲେ । ୨୦୧୮ ରେ ରିଅଲ ମାଡ୍ରିଡ ଛାଡିବା ପରେ ପ୍ରଥମ ଥର ପାଇଁ ବାର୍ସିଲୋନାକୁ ମୁହାଁମୁହିଁ ହେବା ପରେ ରୋନାଲଡୋ ମଙ୍ଗଳବାର ଦିନ ଷ୍ଟାଡିୟମକୁ ଫେରିଥିଲେ। ସେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଗୋଲ ସ୍କୋର କରିଥିଲେ ।

ଗତ ଥର ୨୯ ଅକ୍ଟୋବରରେ ବାର୍ସିଲୋନା ଉଭେଣ୍ଟସ୍ ୨-୧ରେ ପରାସ୍ତ ହୋଇଥିଲା । ଏହି ମ୍ୟାଚରେ ପେନାଲ୍ଟିରୁ ମେସି ଗୋଟିଏ ଗୋଲ ସ୍କୋର କରିଥିଲେ । ତେବେ କରୋନା ପଜିଟିଭ୍ ଥିବାରୁ ରୋନାଲଡୋ ଏହି ମ୍ୟାଚ୍ ଖେଳିନଥିଲେ ।

Related posts

ଚେନ୍ନାଇନକୁ ହରାଇ ଗୋଆ ଜିତିଲା ସୁପରକପ

Odisha Sports Bureau

ରଣବୀରଙ୍କ ସ୍ୱପ୍ନରେ ଆସନ୍ତି ମେସି

ମେସି ରୋନାଲଡୋଙ୍କୁ ପଛରେ ପକାଇଲେ ୨୧ ବର୍ଷୀୟ ମବାପ୍ପେ

Odisha Sports Bureau

Leave a Comment