Cricket

ଆଜି ଖେଳିବେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ

ଚେନ୍ନାଇ: ଆଇପିଏଲର ୧୭ ତମ ସଂସ୍କରଣ । ଆଜି ଟୁର୍ଣ୍ଣା ମେଣ୍ଟରେ ଖେଳାଯିବ ୨୨ ତମ ମ୍ୟାଚ । ଚେନ୍ନାଇ ଚେପକ ଷ୍ଟାଡିୟମରେ ଖେଳିବେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ । ଏହି ମ୍ୟାଚ ରାତି ୮ ଟାରେ ଖେଳାଯିବ ବୋଲି ସୂଚନା ରହିଛି ।
ବର୍ତ୍ତମାନ ସୁଦ୍ଧେ ଟୁର୍ଣ୍ଣାମେଣ୍ଟର ସବୁଠୁ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି କୋଲକାତା ନାଇଟ ରାଇଡର୍ସ । ଏବେ ସୁଦ୍ଧା ଦଳ ୩ଟଇ ମ୍ୟାଚ ଖେଳିଥିବା ବେଳେ ସମସ୍ତ ମୁକାବିଲାରେ ବିଜୟୀ ହୋଇଛି । ମୋଟ ୬ଅଙ୍କ ସହ ପଏଣ୍ଟ ଟେବୁଲରେ ୨ୟ ସ୍ଥାନରେ ରହିଛି । ଦଳ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରୁଛି । ଖାସ କରି ଦଳର କୌଣସି ବି ବିରୋଧୀ ଦଳକୁ ଚକମା ଦେବାର କ୍ଷମତା ପୁରା କେକେଆର ଦଳ ପାଖରେ ରହିଥିବା କୁହାଯାଉଛି । ସେହି ପରି ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ଟପ ଫର୍ମରେ ରହିଛି ଦଳ ବର୍ତ୍ତମାନ ସୁର୍ଦ୍ଧା ୪ଟି ମୁକାବିଲା ଖେଳିଥିବା ବେଳେ ଦୁଇଟିରେ ବିଜୟୀ ଏବଂ ୨ଟି ମ୍ୟାଚରେ ପରାଜୟ ହୋଇଛି । ତେଣୁ ଦଳ ୪ଅଙ୍କ ସହ ପଏଣ୍ଟ ଟେବୁଲରେ ୪ର୍ଥ ସ୍ଥାନରେ ରହିଛି । ତେଣୁ ଆଗାମି ମ୍ୟାଚରେ ଟିମକୁ ବିଜୟୀ ହେବାକୁ ହେଲେ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରିବାକୁ ପଡିବବୋଲି କୁହାଯାଉଛି ।

Related posts

ନକ୍ଆଉଟ ମୁକାବିଲା ଆରମ୍ଭ; ଟସ୍ ଜିତି ପ୍ରଥମ ବ୍ୟାଟିଂ ପାଇଁ ନିଷ୍ପତି ନେଇଛି ଭାରତ

Odisha Sports Bureau

ଆଫ୍ରିକାକୁ ୨୮୮ ଲକ୍ଷ୍ୟ ଟାର୍ଗେଟ

Odisha Sports Bureau

ମୁମ୍ବାଇ ଇଣ୍ଡିଆନ୍ସ ଏବଂ RCB କଡ଼ା ପ୍ରତିଦ୍ୱନ୍ଦ୍ୱିତାରେ, WPLରେ ସେମାନଙ୍କର ହେଡ୍-ଟୁ-ହେଡ୍ ରେକର୍ଡ ଦେଖନ୍ତୁ

Odisha Sports Bureau