Cricket

ଚେନ୍ନଇ ସୁପର କିଙ୍ଗ୍ସର ପ୍ଲେ ଅଫ୍ ଆଶା ଉଜ୍ଜିବିତ

ଚେନ୍ନଇ : ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ସହ ହୋଇଥିବା ପ୍ରଥମ ମ୍ୟାଚରେ ଚେନ୍ନଇ ସୁପର କିଙ୍ଗ୍ସ ବିଜୟ ଲାଭ କରିଛି । ଏମଏ ଚିଦାମ୍ବରମ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଏହି ମ୍ୟାଚରେ ଚେନ୍ନଇ ୨୭ ରନ୍ରେ ଦିଲ୍ଲୀକୁ ପରାସ୍ତ କରିଛି । ଚେନ୍ନାଇ ପକ୍ଷରୁ ଧାର୍ୟ୍ୟ ୧୬୮ ରନ୍ର ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ ୧୪୦/୮ ସ୍କୋରରେ ଅଟକି ଯାଇଥିଲା। ଆରମ୍ଭରୁ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିବା ଦିଲ୍ଲୀ ପାୱାରପ୍ଲେ ମଧ୍ୟରେ ଡେଭିଡ୍ ୱାର୍ଣ୍ଣର (୦), ଫିଲ୍ ସଲ୍ଟ (୧୭) ଓ ମିଚେଲ ମାର୍ଶ (୫)ଙ୍କୁ ହରାଇଥିଲା। ମନିଷ ପାଣ୍ଡେ ଓ ରିଲି ରୁସୋ ପାଳି ସମ୍ଭାଳିଥିଲେ। ଚତୁର୍ଥ ୱିକେଟ୍ରେ ଏହି ଯୋଡ଼ି ୫୯ ରନ୍ ସଂଗ୍ରହ କରିବା ପରେ ମଥିସା ପଥିରଣାଙ୍କ ୟର୍କରରେ ପାଣ୍ଡେ ଏଲ୍ବିଡବ୍ଲୁ ହୋଇଥିଲେ। ରୁସୋ ମଧ୍ୟ ଜାଦେଜାଙ୍କୁ ବଡ଼ ସଟ୍ ମାରିବାକୁ ଯାଇ ପଥିରଣାଙ୍କ ହାତରେ ଧରାପଡ଼ିଥିଲେ। ପରେ ଅକ୍ଷର ପଟେଲ ଦ୍ରୁତ ଖେଳିବାକୁ ଯାଇ ପଥିରଣାଙ୍କ ଧିମା ବଲ୍କୁ ପରଖିବାରେ ବିଫଳ ହେବାରୁ ନିଜ ୱିକେଟ୍ ହରାଇଥିଲେ। ଶେଷରେ ଚେନ୍ନାଇ ବିଜୟ ମୁକୁଟ ପିନ୍ଧି ପ୍ଲେ ଅଫ୍ ଆଶା ଉଜ୍ଜୀବିତ ରଖିଛି।

Related posts

କେବେ ହେବ IPL 2026, ଏହି କାରଣରୁ ହେଉନି ଶେଡ୍ୟୁଲ୍ ଘୋଷଣା

Odisha Sports Bureau

ଓଲଟିଗଲା ବାଂଲାଦେଶ, ICCକୁ ପୁଣି କଲା ଅନୁରୋଧ

Odisha Sports Bureau

ପୂଜାରେ ଟ୍ରାଡିସନାଲ ଲୁକରେ ନଜର ଆସିଲେ ବିରାଟ ଅନୁଷ୍କା

Odisha Sports Bureau