କୋଲକାତା: ସଲ୍ଟ ଲେକ୍ ଷ୍ଟାଡିୟମରେ ଆସନ୍ତା କାଲି ଫିଫା ବିଶ୍ୱକପ୍ ଯୋଗ୍ୟତା ପର୍ୟ୍ୟା ୟର ଏକ ଗୁରୁତ୍ୱପୂର୍ଣ୍ଣ ଲଢ଼େଇରେ ମୁହାଁ ମୁହିଁହେବେ ଭାରତ ଓ ଭ୍ରମଣକାରୀ କୁଏତ। ଅଧିନାୟକ ସୁନୀଲ ଛେତ୍ରୀଙ୍କ ଏହା କ୍ୟାରିୟରରେ ଶେଷ ମ୍ୟାଚ୍ ।
ଭାରତ ଏହି ମ୍ୟାଚ୍ ଜିତି ପାରିଲେ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇପାରିବ । ସେମିତି ଛେତ୍ରୀଙ୍କ ପାଇଁ ଏହି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ତାଙ୍କ ବିଦାୟକୁ ସ୍ମରଣୀୟ କରିବାକୁ ଲକ୍ଷ୍ୟ ରଖିଛି । ଦୀର୍ଘ ୧୯ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ଛେତ୍ରୀ ପୂର୍ଣ୍ଣପୂ ର୍ଣ୍ଣଚ୍ଛେଦ ପକାଇବେ । ଶେଷ ମ୍ୟାଚ୍ରେ ଦଳକୁ ଜିତା ଜି ଇବା ନେଇ ସେ ଲକ୍ଷ୍ୟ ରଖିଥିଖି ବା ଥି କହିଛହିନ୍ତି । ଯୋଗ୍ୟତା ପର୍ୟ୍ୟା ୟର ଦ୍ୱିତୀୟ ରାଉଣ୍ଡରେ ଭାରତ ଗ୍ରୁ ପ୍ ଏ’ରେ ରହିଛି । ଏହି ରେ କତାର ୪ଟି ମ୍ୟାଚ୍ରେ ବିଜୟୀ ୧୨ ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଭାରତ ଗୋଟିଏ ବିଜୟ ଓ ଗୋଟିଏ ଡ୍ର’ ସହ ୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛି । ଯଦି କୁଏତକୁ ଦଳ ଘରୋଇ ଗ୍ରାଉଣ୍ଡରେ ପରାଜିତ କରିବାରେ ସଫଳ ହେଉଛି,ତେବେ ତୃତୀୟ ରାଉଣ୍ଡକୁଉନ୍ନୀତ ହେବାର ଯଥେଷ୍ଟ ସୁଯୋଗ ରହିଛି । ଏହାର ପୂର୍ବର୍ବମ୍ୟାଚ୍ଟି ଭାରତ ଭୁବନେଶ୍ୱରରେ କତାରକୁ ଭେଟିଥିଲା । କିନ୍ତୁ ଭ୍ରମଣକାରୀ ଦଳ ୩-୦ ଗୋଲରେ ଏହି ମ୍ୟାଚ୍ ଜିତି ନେଇଥିଲା । ହେଲେ ପ୍ରଥମ ଭେଟରେ ଭାରତ ଗତ ନଭେମ୍ବର ୧୬ ତାରିଖରେ କୁଏତକୁ ତା’ର ଘରୋଇ ଗ୍ରାଉଣ୍ଡରେ ହରାଇ ଥିଲା । ଯାହା ଏକ ଐତିହାସିକ ସଫଳତା ରହିଥିହିଲା । ଏଥର ମଧ୍ୟ ଘରୋଇ ଗ୍ରାଉଣ୍ଡରେ ପୂର୍ବଧାରା ବଜାୟ ରଖିବା କୁ ବେଶ ଭଲ ଭାବରେ ପ୍ରସ୍ତୁତ ହୋଇଛି । ଭାରତୀୟ କୋଚ ଇଗୋର ଷ୍ଟିମାକ ଅଧିକରୁ ଅଧିକ ସଂଖ୍ୟାରେ ଷ୍ଟାଡିୟମକୁ ଆସି ଟିମ୍ ଇଣ୍ଡିଆକୁ ଉତ୍ସାହିତ କରିବାକୁ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି , ଯଦି ଆମେ କୁଏତକୁ ପରାଜିତ କରିବାରେ ସଫଳ ହେଉଛି , ତେବେ ଏହା ହେବ ମୋ ଖେଳ ଓ ପ୍ରଶିକ୍ଷଣ ଜୀବନର ବହୁ ଇଙ୍ଗ ମୁହୂର୍ତ୍ତ ।