Hockey

ରାଉରକେଲାରେ ହକି ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଉରକେଲା: ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ ଖେଳାଯିବ ଉଦଘାଟନୀ ମ୍ୟାଚ । ଏଥିପାଇଁ ଆଜି ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଓ ସ୍ପେନ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନ ୪ଟା ୪୫ ମିନିଟ ସମୟରେ ରାଉରକେଲା ବିମାନବନ୍ଦର ଠାରେ ପହଞ୍ଚିବେ। ପରେ ବିର୍ସା ମୁଣ୍ଡା ଷ୍ଟାଡିୟମ୍ ନିକଟରେ ନିର୍ମିତ ହୋଇଥିବା ହକି ଭିଲେଜ ଯିବେ। ସନ୍ଧ୍ୟା ୬ଟା ୪୮ ମିନିଟରେ ଵିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଆସିବେ ମୁଖ୍ୟମନ୍ତ୍ରୀ। ସେଠାରେ କାଟିବେ ରାତି, ଶନିବାର ସକାଳୁ ଫେରିବେ ଭୁବନେଶ୍ୱର । ହକି ବିଶ୍ଵ କପ ପାଇଁ ରାଉରକେଲା ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ୫୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ୨ ଏସପି, ୧୧ ଅତିରିକ୍ତ ଏସପି, ୨୧ ଡିଏସପି, ୫୨ ଇନ୍ସପେକ୍ଟର, ୩୪୦ ଏସଆଇ ଓ ଏଏସଆଇ ଓ ୪୨୬ ହୋମଗାର୍ଡ ମୁତୟନ ହୋଇଛନ୍ତି । ଆଜି ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଠାରେ ଅପରାହ୍ନ ୫ଟା ସମୟରେ ଇଂଲଣ୍ଡ ଓ ୱେଲ୍ସସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଵ। ରାତି ସାତଟାରେ ଇଣ୍ଡିଆ ଓ ସ୍ପେନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ମ୍ୟାଚ ଆରମ୍ଭର ୨ଘଣ୍ଟା ପୂର୍ବରୁ ଗେଟ୍ ଖୋଲାଯିବ । ଶୃଙ୍ଖଳିତ ଭାବେ ଷ୍ଟାଡିୟମରେ ପ୍ରବେଶ କରିବେ ଦର୍ଶକ ।

Related posts

ହକି ତାରକାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା

Odisha Sports Bureau

ହକି ଇଣ୍ଡିଆ ପକ୍ଷରୁ ବିଶ୍ବକପ୍ରେ ପୁରସ୍କାର ଘୋଷଣା

Odisha Sports Bureau

ଭୂବନେଶ୍ୱରରେ ନମାଜ ପାଠ କଲେ ପାକିସ୍ତାନ ଟିମ୍

Odisha Sports Bureau