Cricket

ଇଣ୍ଡିଆନ କ୍ରିକେଟରେ କୋରୋନା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ପଶିଲା କୋରୋନା । ବିସିସିଆଇ ସଭାପତି ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଦେଶରେ ମାତ୍ରାଧିକ ବଢୁଥିବା ସମୟରେ ଏହି ଖବର ଏବେ ଚିନ୍ତାଜନକ ହୋଇଛି । ଏହାର ଝଲକ ସୋଶିଆଲ ମିଡିଆରେ ଦେଖିବାକୁ ମିଳିଛି । ଦାଦାଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ପ୍ରଶଂସକମାନେ ସୋଶଲ ମିଡିଆରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ତେବେ ଗାଙ୍ଗୁଲିଙ୍କୁ ଏବେ ଉଡଲାଣ୍ଡ ସ୍ତିତ ଏକ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ୨୦୨୧ ଆରମ୍ଭରେ ମଧ୍ୟ ଅସୁସ୍ଥତାର ଶିକାର ହୋଇଥଲେ ସୌରଭ । ହୃଦଘାତର ଶିକାର ହୋଇଥିଲେ ଦାଦା ।ତେଣୁ ତାଙ୍କର ଆଞ୍ଜିଓପ୍ଲାଷ୍ଟି ମଧ୍ୟ କରାଯାଇଥିଲା ।

Related posts

କ୍ରିକେଟ ପରେ ଶିକ୍ଷକ ହେବେ ଧୋନୀ

ଗାଡିଭିତରେ ରହି ପୋଜ ଦେଲେ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି

Odisha Sports Bureau

ଆଇପିଏଲର ୧୦ମ ମ୍ୟାଚରେ ମୁହାଁ ମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୁ କେଲକାତା ନାଇଟ ରାଇଡର୍ସ

Odisha Sports Bureau