Cricket

ଅଲମ୍ପିକ୍ସରେ କ୍ରିକେଟକୁ ନେଇ ଦ୍ରାବିଡଙ୍କ ଦ୍ଧୃଡ଼ ସମର୍ଥନ

ନୂଆଦିଲ୍ଲୀ : ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରାଇବାକୁ ନେଇ ଦ୍ଧୃଡ଼ ସମର୍ଥନ କରିଛନ୍ତି ଭାରତର ପୁର୍ବତନ ଅଧିନାୟକ ରାହୁଲ ଦ୍ରାବିଡ । ଯଦି ଏପରି କରାଯାଏ ତେବେ ଏହା କ୍ରିକେଟ ପାଇଁ ବରଦାନ ସାବ୍ୟସ୍ତ ହେବା ନେଇ କ୍ରିକେଟ ପ୍ରେମି ଆଶା ରଖିଛନ୍ତି । କ୍ରିକେଟକୁ ଅଲମ୍ପିକ୍ସରେ ସାମିଲ କରାଗଲେ ଏହାର କାୟା ବିସ୍ତାର ହେବା ଯୋଗୁ ଦ୍ରାବିଡ ବିଭିନ୍ନ କ୍ରିକେଟ ସଂଗଠନମାନଙ୍କ ସହ ଅଲୋଚନା ଜାରି ରଖିଛନ୍ତି । କ୍ରିକେଟ ର ଟି-ଟ୍ୱେଣ୍ଟି ଫରମାଟ ଏକ ଉପଯୁକ୍ତ ଅଲମ୍ପିକ କ୍ରୀଡ଼ା ହୋଇପାରେ । ତେବେ ବର୍ତ୍ତମାନ ପରିସ୍ଥିତିରେ କ୍ରିକେଟ ବିଭିନ୍ନ ଦେଶରେ ଲୋକପ୍ରୀୟତା ହାସଲ କରିବାରେ ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଦ୍ରାବିଡ ଏହାର ସମ୍ପ୍ରସାରଣ ସପକ୍ଷରେ ମତ ରଖିଛନ୍ତି । ଏହା ଦ୍ୱାରା ଯେଉଁ ଦେଶଗୁଡ଼ିକରେ କ୍ରିକେଟ ଖେଳା ଯାଉନାହିଁ ସେମାନଙ୍କୁ ମଧ୍ୟ ଏହି ଖେଳ ବିଷୟରେ ଜାଣିବାକୁ ସୁଯୋଗ ମିଳିବ । ଦ୍ରାବିଡ ଆହୁରି ମଧ୍ୟ କହିଛନ୍ତି କି, ଯଦି ସୂଚୀରେ ଅନୁମତି ଦିଆଯାଏ, ଭିତ୍ତିଭୂମି ସୃଷ୍ଟି କରାଯାଏ ତେବେ କ୍ରିକେଟ ନୀହାତି ଭାବେ ସଫଳତାର ସହ ଅଲମ୍ପିକ୍ସରେ କରିପାରିବ ।

Related posts

ପାକିସ୍ତାନକୁ ହରାଇବାର ଗୁମର ଖୋଲିଲେ କୁଲଦୀପ; କହିଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ତାଙ୍କ ସାମ୍ନାରେ କାହିଁକି ହେଲେ ଫ୍ଲପ୍?

Odisha Sports Bureau

କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରୁ ବାଦ ଦିଆଗଲା?

Odisha Sports Bureau

ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ପ୍ରଶଂସକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ

Odisha Sports Bureau