Cricket

ଅଭିନନ୍ଦନଙ୍କୁ ଟିମ୍ ଇଣ୍ଡିଆର ସଲାମ୍

(ଓଡିଶା ସ୍ପୋର୍ଟ): ପାକିସ୍ତାନରେ ଅଦମ୍ୟ ସାହସ ଦେଖାଇ ଭାରତ ଫେରି ଆସିଥିବା ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ସଲାମ୍ ଜଣାଇଛନ୍ତି ଭାରତୀୟ କ୍ରିକେଟ୍ ଟିମ୍। ଏହା ସହିତ ଅଭିନନ୍ଦନଙ୍କୁ ଭିନ୍ନ ଢଙ୍ଗରେ ସମ୍ମାନିତ କରିଛି ଦଳ। ଶୁକ୍ରବାର ଦଳ ପକ୍ଷରୁ ଜାରି ତାଙ୍କରି ନାଁରେ ଜର୍ସି ଜାରି କରାଯାଇଛି।

ଏହି ଜର୍ସିରେ ‘ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ’ ଲେଖାଯାଇଛି। ସେହିପରି ଏହି ଜର୍ସିର ନମ୍ବର ହେଉଛି ୧। ତେଣୁ ସବୁ ଖେଳାଳିଙ୍କଠାରୁ ତାଙ୍କୁ ଉପରେ ରଖାଯାଇଛି। ଏହାର ଅର୍ଥ ଏବେ ଟିମ୍ ଇଣ୍ଡିଆର କୌଣସି ଖେଳାଳିଙ୍କୁ ୧ ନମ୍ବର ଜର୍ସି ଦିଆଯିବ ନାହିଁ। ଏବେ ଏହା ଅଭିନନ୍ଦନଙ୍କ ନାଁରେ ରହିବ। ଏହା ସହିତ ଆଜି ଭାରତୀୟ କ୍ରିକେଟ୍‌ ଟିମ୍‌ର ନୂଆ ଜର୍ସି ବି ଉନ୍ମୋଚିତ ହୋଇଛି। ଏହି ଜର୍ସି ପିନ୍ଧି ଟିମ୍ ବିଶ୍ୱକପ୍‌ ଖେଳିବ।

ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ଟ୍ୱିଟ୍‌ କରି ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ଦେଶର ପ୍ରକୃତ ହିରୋ ବୋଲି ଅଭିହିତ କରିଛନ୍ତି। ଏହି ଟ୍ୱିଟ୍‌ରେ ସେ ଅଭିନନ୍ଦନଙ୍କର ଏକ ଫଟୋ ମଧ୍ୟ ପୋଷ୍ଟ୍ କରିଛନ୍ତି।

Related posts

ନିର୍ଣ୍ଣାୟକ ମୁକାବିଲା: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ

Odisha Sports Bureau

ଆଉଟ୍‌ ହେବା ପରେ ଡ୍ରେସିଂ ରୁମରେ ରାଗିଗଲେ କୋହଲି

Odisha Sports Bureau

ପ୍ରଥମ ଥର ପାଇଁ ଟ୍ୱେଣ୍ଟି -୨୦ଦଳରୁ ଧୋନିଙ୍କୁ ବାଦ ଦିଆଯାଇଛି

Odisha Sports Bureau