Cricket

୩୫୦ କ୍ଲବରେ ସାମିଲ ହେଲେ ବସନ୍ତ

(ଓଡିଶା ସ୍ପୋର୍ଟ): ଗୋଆ ବିପକ୍ଷରେ ଚାଲିଥିବା ରଣଜୀ ଟ୍ରଫି ମୁକାବିଲାରେ ବସନ୍ତ ଏହି କୃତିତ୍ୱ ହାସଲ କରିଛନ୍ତି। ଓଡ଼ିଶାର ଅଭିଜ୍ଞ ଦ୍ରୁତ ବୋଲର ବସନ୍ତ ମହାନ୍ତି ପ୍ରଥମ ଶ୍ରେଣୀ କ୍ରିକେଟରେ ୩୫୦ ଉଇକେଟ୍ ଅକ୍ତିଆର କରିଛନ୍ତିା ଏହି ମ୍ୟାଚ୍ ପୂର୍ବରୁ ବସନ୍ତ ୯୦ ମ୍ୟାଚ୍ରୁ ୩୪୮ ଉଇକେଟ୍ ଅକ୍ତିଆର କରିଥିଲେ। ୩୫୦ କ୍ଲବରେ ସାମିଲ ହେବାକୁ ତାଙ୍କୁ ଆଉ ୨ ଉଇକେଟ୍ ଆବଶ୍ୟକ ହେଉଥିଲା। ଗେଆ ଇନିଂସରେ ବସନ୍ତ ପ୍ରଥମେ ଓପନର୍ ସୁମିରନଙ୍କୁ ଆଉଟ୍ କରିଥିଲେ। ଏହାପରେ ସୂର୍ୟ୍ୟାଶ ପ୍ରଭୁଦେଶାଇଙ୍କୁ ସନ୍ଦୀପ ପଟ୍ଟନାୟକଙ୍କ ହାତରେ କ୍ୟାଚ୍ କରାଇ ବସନ୍ତ ଏହି ମାଇଲଷ୍ଟୋନ ଛୁଇଁଥିଲେ। ବସନ୍ତ ବର୍ତ୍ତମାନ ୯୧ ମ୍ୟାଚ୍ରୁ ୩୫୦ ଉଇକେଟ୍ ହାସଲ କରିସାରିଛନ୍ତି। ଚଳିତ ସିଜନରେ ଚମତ୍କାର ଫର୍ମରେ ଥିବା ଏହି ଡାହାଣହାତୀ ଦ୍ରୁତ ବୋଲର ବର୍ତ୍ତମାନ ସୁଦ୍ଧା ୮ ମ୍ୟାଚ୍ରୁ ୪୦ ଉଇକେଟ୍ ଅକ୍ତିଆର କରିସାରିଛନ୍ତି। ଏହା ମଧ୍ୟରେ ୪ଥର ୫ ଉଇକେଟ୍ ଏବଂ ଗୋଟିଏ ଥର ୧୦ ବା ଏହାଠାରୁ ଅଧିକ ଉଇକେଟ୍ ନେବାର ସଫଳତା ପାଇଛନ୍ତି। ବିକାଶ ଗ୍ରାଉଣ୍ଡରେ ରାଜସ୍ଥାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ର ପ୍ରଥମ ଇନିଂସରେ ୨୦ ରନରେ ୬ ଉଇକେଟ୍ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଛି।

Related posts

ଇତିହାସ ରଚିଲେ ରବିନ୍ଦ୍ର ଜାଡେଜା; ୱାନଡେ କ୍ରିକେଟରେ ଏଭଳି ସଫଳତା କରିଛନ୍ତି ଯାହା ଅନ୍ୟ କେହି କରିପାରିନାହିଁ

Odisha Sports Bureau

ନିଆରା ଢଙ୍ଗରେ ଧୋନିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ପନ୍ଥ

ଆଇସିସି ସେୟାର କଲା ବିଶ୍ୱକପ ପୋଷ୍ଟର