Cricket

ଆଜି ଆଇପିଏଲରେ ଦେଖିବାକୁ ମିଳିବ ଚେନ୍ନାଇ ଓ ଲକ୍ଷ୍ନୌ କଡ଼ା ମୁକାବିଲା

ନୂଆଦିଲ୍ଲୀ: ଆଜି ଆଇପିଏଲର ସପ୍ତମ ମ୍ୟାଚ୍ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ । ମୁମ୍ବାଇରେ ସନ୍ଧ୍ୟା ୭ଟାରେ ଖେଳାଯିବ ଏହି ମ୍ୟାଚ୍ । ଏହି ଦୁଇଦଳ ଚଳିତ ସିଜିନରେ ନିଜ ନିଜର ପ୍ରଥମ ମ୍ୟାଚରେ ପରାଜିତ ହୋଇଥିଲେ । ଏଣୁ ଏହି ଦୁଇଦଳର ଏହି ମ୍ୟାଚକୁକ ନେଇ କଡ୍ଡା ଟକ୍କର ଦେଖାଦେବ ।ପ୍ରଥମ ମ୍ୟାଚ ଗୁଜରାଟ ଲାୟନ୍ସ ବିପକ୍ଷରେ ଖେଳି ଲକ୍ଷ୍ନୌ ପରାଜିତ ହୋଇଥିଲା ।

ସେହିପରି ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ତାର ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସଠାରୁ ପରାଜିତ ହୋଇଥିଲା । ଏହି ମ୍ୟାଚରେ ସୁପରକିଙ୍ଗସର ପ୍ରାରମ୍ଭିକ ବ୍ୟାଟରମାନେ ବିଫଳ ହୋଇଥିଲେ ।ତେବେ ଆଜିର ମ୍ୟାଚରେ ଉଭୟ ଦଳ ବିଜୟ ଲାଭ କରି ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ଚେଷ୍ଟା କରିବେ ।

Related posts

ଇଣ୍ଡିଆ- ଇଂଲଣ୍ଡ ଟକ୍କର: ପ୍ରଥମେ ବ୍ୟାଟିଂ କରିବା ଭାରତ

Odisha Sports Bureau

ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସକୁ ୩ ରନରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ

Odisha Sports Bureau

ଭଦୋଦରାରେ ସମ୍ପନ୍ନ ହୋଇଛି ମେହା ଓ ଅକ୍ଷୟ ପଟେଲ ବିବାହ

Odisha Sports Bureau