Cricket

ଡେଭିଡ ୱାର୍ଣ୍ଣରଙ୍କୁ ବ୍ଲକ କଲା କାବ୍ୟା ମାରସନ ଟିମ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ପାଇଁ ଜାରି ନିଲାମୀ ମଧ୍ୟରେ ଡେଭିଡ୍ ୱାର୍ଣ୍ଣର ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ୍ ମିଡିଆରେ ୱାର୍ଣ୍ଣର କିଛି ସ୍କ୍ରିନସର୍ଟ ସେୟାର କରିଛନ୍ତି । ଏହି ସ୍କ୍ରିନସର୍ଟ ତାଙ୍କ ପୁରୁଣା ଆଇପିଏଲ୍ ଟିମ୍ ହାଇଦ୍ରାବାଦର ସୋସିଆଲ୍ ମିଡିଆର । ଡେଭିଡ୍ ୱାର୍ଣ୍ଣର ନିଜ ନ୍ୟାସନାଲ ଟିମ୍‌ର ସାଥୀ ଖେଳାଳି ଟ୍ରାଭିସ୍ ହେଡ୍ ଓ ପାଟ୍ କମିନ୍ସଙ୍କ ପାଇଁ ପୋଷ୍ଟ ସେୟାର କରୁଥିଲେ । ସନରାଇଜର୍ସ ଟ୍ରାଭିସ୍ ହେଡଙ୍କୁ ୬.୮୦ କୋଟି ଟଙ୍କା ଓ ପାଟ କମିନ୍ସଙ୍କୁ ୨୦.୫୦ କୋଟି ଟଙ୍କାରେ କିଣିଛି । ଏଥିପାଇଁ ଉଭୟଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହୁଁଥିଲେ । ୱାର୍ଣ୍ଣର ନିଜର ଏହି ପୋଷ୍ଟରେ ସନରାଇଜର୍ସ ହାଇଦ୍ରାବାଦକୁ ମଧ୍ୟ ସୋସିଆଲ୍ ମିଡିଆରେ ଟ୍ୟାଗ କରିବାକୁ ଚାହୁଁଥିଲେ, କିନ୍ତୁ ଏପରି କରିପାରିଲେ ନାହିଁ ।

ସନରାଇଜର୍ସ ହାଇଦ୍ରାବାଦର ସୋସିଆଲ୍ ମିଡିଆ ଟିମ୍ ୱାର୍ଣ୍ଣରକୁ ବ୍ଲକ୍ କରି ରଖିଛି । ଟ୍ୱିଟର କି ଇନଷ୍ଟାଗ୍ରାମ କେଉଁଥିରେ ବି ସେ ସନରାଇଜର୍ସଙ୍କୁ ଟ୍ୟାଗ୍ କରିପାରିଲେ ନାହିଁ । ଶେଷରେ ଏହାର ଏକ ସ୍କ୍ରିନସର୍ଟ ସୋସିଆଲ୍ ମିଡିଆରେ ସେୟାର କଲେ ।

ଉଲ୍ଲେଖଯୋଗ୍ୟ ଯେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଡେଭିଡ ୱାର୍ଣ୍ଣରଙ୍କ କ୍ୟାରିୟର ବେଶ ଭଲ ଥିଲା । ତାଙ୍କ କ୍ୟାପ୍ଟେନ୍ସିର ହାଇଦ୍ରାବାର ୨୦୧୬ରେ ଟାଇଟଲ ଜିତିଥିଲା । କିନ୍ତୁ ଏହାପରେ ୱାର୍ଣ୍ଣରଙ୍କ କ୍ୟାରିୟରରେ ଅନେକ ଅସ୍ଥିରତା ଆସିଥିଲା । କ୍ରିକେଟରୁ ଗୋଟିଏ ବର୍ଷ ବ୍ୟାନ ହେବାକୁ ପଡ଼ିଥିଲା । କ୍ରିକେଟକୁ ଫେରିବା ପରେ ଫ୍ରାଞ୍ଚାଇଜ ପାଇଁ ଭଲ ପ୍ରଦର୍ଶନ କରିପାରି ନଥିଲେ । ୨୦୨୧ ଯାଏ ଡେଭିଡ୍ ୱାର୍ଣ୍ଣର ଓ ହାଇଦ୍ରାବାଦ ମଧ୍ୟ ବିବାଦ ବଢିଥିଲା । ଏହାପରେ ସିଜିନ ମଝିରେ ତାଙ୍କୁ କ୍ୟାପ୍ଟେନ୍ସିରୁ ହଟାଇ ୱିଲିୟମସନକୁ ଅଧିନାୟକ କରାଗଲା । ଏପରି କି ତାଙ୍କୁ ଚୂଡାନ୍ତ ଏକାଦଶରେ ବି ସାମିଲ କରାଗଲା ନାହିଁ । ୨୦୨୨ରେ ଆଇପିଏଲରେ ହାଇଦ୍ରାବାଦ ତାଙ୍କୁ ରିଲିଜ୍ କରିଥିଲା । ଏହାପରେ ସେ ସୋସିଆଲ ମିଡିଆରେ ଟିମକୁ ନେଇ ଅନେକ କଟାକ୍ଷ ଭରା ଟିପ୍ପଣୀ କରିଥିଲେ ।

Related posts

ଘରୋଇ କ୍ରିକେଟରୁ ଅବସର ନେଲେ ସୁରେଶ ରୈନା

Odisha Sports Bureau

ପ୍ୟାଟ୍ କମିନ୍ସଙ୍କ ରେକର୍ଡ ଭାଙ୍ଗିଲେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ

Odisha Sports Bureau

ସୁରତର ଜଣେ ବ୍ୟବସାୟୀ ବିରାଟଙ୍କୁ ଉପହାରରେ ଦେବେ ହୀରା ବ୍ୟାଟ

Odisha Sports Bureau