Cricket

ବିଶ୍ୱକପ୍ ପାଇଁ ସଜବାଜ ହେଉଛି ଦିଲ୍ଲୀ ଷ୍ଟାଡିୟମ

ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପର ସୂଚୀ ପ୍ରକାଶ ପାଇସାରିଲାଣି। ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଏହି ବିଶ୍ବକପର ୫ଟି ମ୍ୟାଚ୍ ଦିଲ୍ଲୀସ୍ଥିତ ଅରୁଣ ଜେଟଲି ଷ୍ଟାଡିୟମରେ ଆୟୋଜିତ ହେବ। ଚଳିତ ବର୍ଷ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତୀୟ ଟେଷ୍ଟ ଖେଳାଯାଇଥିଲା। ହେଲେ ଷ୍ଟାଡିୟମର ସଫାସୁତୁରାକୁ ନେଇ ଉଭୟ ଦଳ ସମାଲୋଚନା କରିଥିଲେ। ଏଥିଲାଗି ଷ୍ଟାଡିୟମର ମରାମତି କାମ କରିବାକୁ ଦିଲ୍ଲୀ ଓ ଡିଷ୍ଟ୍ରିକ୍ଟ କ୍ରିକେଟ୍ ସଂଘ ନିଷ୍ପତ୍ତି ନେଇଛି। ଏଥିପାଇଁ ୨୦ରୁ ୨୫ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ବଜେଟ ମଧ୍ୟ ହୋଇଛି। ଏହି ଷ୍ଟାଡିୟମରେ ଦର୍ଶକ କ୍ଷମତା ୩୫ ହଜାର ରହିଛି। ଅକ୍ଟୋବର ୭ରେ ଦକ୍ଷିଣ ଆଫ୍ରିକା ଓ କ୍ବାଲିଫାୟର ୧ ମଧ୍ୟରେ ଏଠାରେ ପ୍ରଥମ ମ୍ୟାଚ୍ ଖେଳାଯିବ। ବିଶ୍ବକପ୍ ମ୍ୟାଚ୍ ଆୟୋଜନ ଅଧିକାର ପାଇବା ପରେ ଏହି ଷ୍ଟାଡିୟମର ରୂପରେଖ ବଦଳିବାକୁ ଯାଉଛି।

Related posts

କିକ୍ରେଟକୁ ବାଏ ବାଏ କହିଲେ ମାଲିଙ୍ଗା, ଡ଼ୁମୁନି

ଧୋନୀଙ୍କ ୧୦ହଜାର ଫୁଟ ଉଚ୍ଚତାର ପୋଷ୍ଟର

Odisha Sports Bureau

ଧୋନିଙ୍କ ଅଟୋଗ୍ରାଫ ଦେଖାଇ କାନ୍ଦି ପକାଇଲେ ଗାଭାସ୍କର

Odisha Sports Bureau