Cricket

ଧୋନିଙ୍କ ଅଟୋଗ୍ରାଫ ଦେଖାଇ କାନ୍ଦି ପକାଇଲେ ଗାଭାସ୍କର

ଚେନ୍ନାଇ: କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ ପରେ ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଚେପକରେ ‘ଲ୍ୟାପ୍ ଅଫ୍ ଅନର୍’ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଧୋନିଙ୍କୁ ପାଖରେ ଯିବାର ଦେଖି ବ୍ୟାଟିଂ କିମ୍ବଦନ୍ତି ସୁନିଲ ଗାଭାସ୍କର ତୁରନ୍ତ କାର୍ଯ୍ୟକ୍ରମ ଅଧାରୁ ଚାଲିଆସିଥିଲେ ଏବଂ ନିଜେ ପିନ୍ଧିଥିବା ସାର୍ଟ ଛାତିରେ ଅଟୋଗ୍ରାଫ ଦେବାକୁ ଧୋନିଙ୍କୁ ଅନୁରୋଧ କରିଥିଲେ । ଏହି ଫଟୋଟି ଏବେ ଭାଇରାଲ ହେଉଥିବା ବେଳେ ବିଶ୍ୱ କ୍ରିକେଟ ଦୁନିଆରେ ଚର୍ଚ୍ଚା ମଧ୍ୟ ହେଉଛି । ନିକଟରେ ଏକ ସାକ୍ଷାତକାରରେ ଗାଭାସ୍କର ଏହି ଅଟୋଗ୍ରାଫ ଦେଖାଇ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ ଏବଂ କହିଥିଲେ ‘ମୁଁ ଜାଣିଛି ମୋର ଏବେ ଶେଷ ସମୟ ଚାଲିଛି। ତେଣୁ ମୃତ୍ୟୁ ପୂର୍ବରୁ ୧୯୮୩ ମସିହାର ବିଶ୍ବକପ ଟ୍ରଫିର ମୁହୂର୍ତ୍ତ ଓ ୨୦୧୧ ବିଶ୍ବକପ ଫାଇନାଲରେ ଧୋନି ମାରିଥିବା ଛକାକୁ ଦେଖିବାକୁ ପସନ୍ଦ କରିବି’।

Related posts

ଆଇସିସି ଓ ଓପୋ ମଧ୍ୟରେ ପାର୍ଟନରସିପ ବୃଦ୍ଧି

Odisha Sports Bureau

ଭାରତ ବିପକ୍ଷ ହ୍ୱାଇଟବଲ୍‌ ସିରିଜରୁ ବଞ୍ଚିତ ହେବେ ଆଦିଲ ରସିଦ

ଅଧଘଣ୍ଟା ପୂର୍ବରୁ ଆରମ୍ଭ ହେବ ପ୍ଳେଅଫ୍ ମ୍ୟାଚ

Odisha Sports Bureau