Cricket

ICC ର ନୂଆନିୟମ

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଆସନ୍ତା ଜୁନ୍ ୧ରୁ ନୂଆ ନିୟମ ଲାଗୁ କରିବାକୁ ଯାଉଛି । ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଗଠିତ ଆଇସିସି ପୁରୁଷ କ୍ରିକେଟ୍ କମିଟିର ସୁପାରିଶ ପରେ ମୁଖ୍ୟ କାର୍ୟ୍ୟନିର୍ବାହୀ କମିଟି ଏହାକୁ ସବୁଜ ସଙ୍କେତ ଦେଇଛି । କରୋନାକୁ ଆଖି ଆଗରେ ରଖି ଗତ ୨ ବର୍ଷ ହେଲାଣି ବଲରେ ଛେପ ବା ଲାଳ ଲଗାଇବା ବ୍ୟାନ୍ କରାଯାଇଥିଲା। ତେବେ ଏହି ନିୟମ ଉପରେ ସ୍ଥାୟୀ ପ୍ରତିବନ୍ଧକ ଲଗାଯାଇଛି। ଆଗକୁ ଆଉ କୌଣସି ଖେଳାଳି ବଲରେ ଲାଳ ଲଗାଇପାରିବେ ନାହିଁ। କିନ୍ତୁ ବର୍ତ୍ତମାନ ଠାରୁ ଏହା ସବୁଦିନ ପାଇଁ ଲାଗୁ କରାଗଲା। ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟରେ ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ହେଲମେଟର ସୁରକ୍ଷା ବାଧ୍ୟତାମୂଳକ କରାଯାଇଛି । ତା ସହ ଅନ୍ୟ କଣ ପରିବର୍ତ୍ତନ କରାଯାଇଛି ଆସନ୍ତୁ ଜାରିବା ସେ ସମ୍ପର୍କରେ କିଛି ତଥା ।

ହେଲମେଟ ବାଧ୍ୟତାମୂଳକ :
ଏହି ନିୟମ ଅଧିନରେ ଦ୍ରୁତ ବୋଲରଙ୍କ ସମ୍ମୁଖୀନ ହେବା ସମୟରେ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ ।
ଦ୍ରୁତ ବୋଲିଂ ବିପକ୍ଷରେ ଷ୍ଟମ୍ପ ନିକଟରେ ୱିକେଟ୍ କିପିଂ କରିବା ସମୟରେ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ ।
ୱିକେଟ୍ ସମ୍ମୁଖରେ ଫିଲ୍ଡରମାନେ ବ୍ୟାଟ୍ସମ୍ୟାନଙ୍କ ନିକଟରେ ଫିଲ୍ଡିଂ କରୁଥିବା ବେଳେ ସେମାନଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ ।

ଫ୍ରି-ହିଟରେ ରନ୍:
ଯେତେବେଳେ ବଲ୍ ଷ୍ଟମ୍ପରେ ବାଜିବ, ଫ୍ରି-ହିଟରେ ନିଆଯାଇଥିବା ଯେକୌଣସି ରନ୍ ସ୍କୋର ହୋଇଥିବା ରନ୍ ସହ ସମାନ ବୋଲି ଗଣନା କରାଯିବ । ଏହା ଫ୍ରି-ହିଟରୁ ହୋଇଥିବା ବାକି ରନ୍ ସହ ସମାନ ବୋଲି ବିବେଚନା କରାଯିବ ।
ସଫ୍ଟ ସିଗନାଲ :
ମୁଖ୍ୟ ଅମ୍ପାୟର ଯେଉଁ ସଂକେତ ମାଧ୍ୟମରେ ତୃତୀୟ ଅମ୍ପାୟରଙ୍କ ନିକଟକୁ ନିଷ୍ପତ୍ତି ପଠାନ୍ତି ତାହାକୁ ସଫ୍ଟ ସିଗନାଲ କହନ୍ତି । କିନ୍ତୁ ଏବେ ଫିଲ୍ଡ ଅମ୍ପାୟରମାନଙ୍କୁ ନିଜ ନିଷ୍ପତ୍ତିକୁ ତୃତୀୟ ଅମ୍ପାୟରଙ୍କ ନିକଟକୁ ପଠାଇବା ପାଇଁ ସଫ୍ଟ ସିଗନାଲର ଆବଶ୍ୟକତା ପଡ଼ିବ ନାହିଁ ।
ଏବେ ଜୁନ୍ ପହିଲାରୁ ଫିଲ୍ଡ ଅମ୍ପାୟରମାନେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଟିଭି ଅମ୍ପାୟରଙ୍କ ସହ ପରାମର୍ଶ କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସୌରଭ ଗାଙ୍ଗୁଲି କହିଛନ୍ତି।
ସ୍ଲୋ ଓଭର ରେଟ୍ ନିୟମ ଜାନୁଆରୀ ୨୦୨୨ରୁ ଟି-୨୦ ଫର୍ମାଟରେ ଲାଗୁ କରାଯାଇଥିବା ବେଳେ ସ୍ଲୋ ଓଭର ପାଇଁ ଟିମ୍ ଉପରେ ଜରିମାନା ଲାଗିଛି। ଏହି ନିୟମ ଦିନିକିଆରେ ମଧ୍ୟ ଲାଗୁ ହେବ।

 

Related posts

ବଡ଼ ବଡ଼ ମ୍ୟାଚ୍‌ରେ କାହିଁକି ବିରାଟଙ୍କୁ ସର୍ବଶ୍ରେଷ୍ଠ ଖେଳାଳି ବୋଲି କୁହାଯାଏ

ଧୋନିଙ୍କ ଦେଶଭକ୍ତିକୁ ସାଲ୍ୟୁଟ କଲେ ୱେଷ୍ଟଇଣ୍ଡିଜ ବୋଲର କଟ୍ରେଲ

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ପୂର୍ବରୁ ସାମସନ ଏବଂ ଶୁଭମନଙ୍କୁ ନେଇ ଚାଲିଥିବା ବିତର୍କର ଅନ୍ତ ଘଟାଇଛନ୍ତି ସୂର୍ଯ୍ୟକୁମାର

Odisha Sports Bureau