Cricket

ଅର୍ଜୁନ ତେନ୍ଦୁଲକରଙ୍କୁ କାମୁଡ଼ି ଦେଲା କୁକୁର

ନୂଆଦିଲ୍ଲୀ: ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଏହି ଭିଡିଓ ଲକ୍ଷ୍ମୌ ସୁପର ଜିଆଣ୍ଟସ ଟୁଇଟରରେ ସେୟାର କରାଯାଇଛି। ଏହି ଭିଡିଓରେ ଅର୍ଜୁନ ଲକ୍ଷ୍ମୌ ପାଇଁ ଖେଳୁଥିବା ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଖେଳାଳି ୟୁଦ୍ଧବୀର ସିଂହ ଓ ମୋହସିନ ଖାନ ସହିତ କଥା ହେଉଥିବା ଦେଖିବାକୁ ମିଳୁଛି। ଏହି ସମୟରେ ସାଥୀ ଖେଳାଳି ଅର୍ଜୁନଙ୍କ ଆଙ୍ଗୁଠିରେ ଆଘାତ ଦେଖି କ’ଣ ହୋଇଛି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଅର୍ଜୁନ କହିଥିଲେ, ‘ମୋତେ ଏକ କୁକୁର ଆକ୍ରମଣ କରି କାମୁଡ଼ି ଦେଇଛି’ । ତେବେ ଅର୍ଜୁନ ଷ୍ଟାଡିୟମ ଭିତରେ କୁକୁର କାମୁଡ଼ାର ଶିକାର ହୋଇଛନ୍ତି କିମ୍ବା ବାହାରେ ତାହାର ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।

Related posts

ଆସନ୍ତା ବର୍ଷ ମାର୍ଚ୍ଚ ୭ରୁ ମହିଳା କ୍ରିକେଟ ଆଇପିଏଲ୍ ଆରମ୍ଭ

Odisha Sports Bureau

PCBକୁ ICCର ବଡ଼ ଝଟକା, ୪ଟି ଯାକ ଦାବିକୁ କଲା ପ୍ରତ୍ୟାଖ୍ୟାନ

Odisha Sports Bureau

ନୂଆ ଅଧିନାୟକ ସନ୍ଧାନରେ ଲକ୍ଷ୍ନୌ ସୁପର ଜିଆଣ୍ଟସ

Odisha Sports Bureau