Cricket

ଦିନେଶ ମୋଙ୍ଗିଆ ହେବେଓଡ଼ିଶା ରଣଜୀ ଦଳର ନୂଆ କୋଚ୍!

ଭୁବନେଶ୍ୱର : ଦିନେଶ ମୋଙ୍ଗିଆ ହେବେଓଡ଼ିଶା ରଣଜୀ ଦଳର ନୂଆ କୋଚ୍ | ଆସନ୍ତା ୨୧ ତାରିଖରେ ଓଡିଶା ଆସିବେ ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ ମୋଙ୍ଗିଆ | ଦିନେଶ ମୋଙ୍ଗିଆ ଭାରତ ପାଇଁ ଦିନିକିଆ ଓ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ବାମହାତୀ ବ୍ୟାଟର ଦିନେଶ ମୋଙ୍ଗିଆ ଭାରତ ପାଇଁ ୫୭ଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ୫୭ ମ୍ୟାଚରୁ ମୋଙ୍ଗିଆ ୧୨୩୦ ରନ୍ କରିଥିବା ବେଳେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ୧୫୯ ରହିଥିଲା । ଯାହାକ ଜିମ୍ବାୱେ ବିପକ୍ଷରେ ହାସଲ କରିଥିଲେ ମୋଙ୍ଗିଆ ।

ଅନ୍ତର୍ଜାତୀୟ କ୍ୟାରିୟରରେ ମୋଙ୍ଗିଆ ଦିନିକିଆରେ ୧୪ଟି ୱିକେଟ ହାସଲ କରିଛନ୍ତି । ଶେଷ ଦିନିକିଆ ମ୍ୟାଚ୍ ୨୦୦୭ରେ ଖେଳିଥିଲେ ଦିନେଶ ମୋଙ୍ଗିଆ । ଦିନେଶ ମୋଙ୍ଗିଆଙ୍କ ଭଳି ଅନୁଭବୀ କ୍ରିକେଟରଙ୍କୁ କୋଚ୍ ଦାୟିତ୍ୱ ମିଳିବା ରାଜ୍ୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର ଆଣି ଦେଇଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ଅନୁସାରେ ଓଡିଶା ଆସି ରଣଜୀ ଦଳର ଦାୟିତ୍ୱ ଗ୍ରହଣ କରିବେ ଦିନେଶ | ତେବେ ଓସିଏ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Related posts

ଅଷ୍ଟ୍ରେଲିଆର ବିଶ୍ୱକପ ପ୍ରସ୍ତୁତିକୁ ବଡ଼ ଝଟକା; ଆଘାତ ହେଲେ ୨ ପ୍ରମୁଖ ଖେଳାଳି

Odisha Sports Bureau

ଓପନିଙ୍ଗ କରିବାକୁ କୋହଲୀଙ୍କୁ ମନା

Odisha Sports Bureau

ଭାରତ ବନାମ ଈଣ୍ଡିଜ ଟି ୨୦- ରୋହିତଙ୍କ ନୂଆ ରେକର୍ଡ଼ କରିବା ସମ୍ଭାବନା

Odisha Sports Bureau