More Sports

ଜିଲ୍ଲା ସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ

ପୁରୀ : ଜିଲ୍ଲା ପ୍ରଶାସନ ଓ ପୁରୀ ଜିଲ୍ଲା ବଡି ବିଲଡିଙ୍ଗ ଆସୋସିଏସନ ଆନୁକୂଲ୍ୟରେ ୬୧ ତମ ପୁରୀ ଜିଲ୍ଲା ସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଚଳିତ ମାସ ୧୨ ତାରିଖରେ ତିଆଡି ସାହିସ୍ଥିତ ଅଡଙ୍ଗ ତିଆଡି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବ । ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଏହି ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ ଏଥିରେ ଅଧ୍ୟକ୍ଷତା କରି ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ସମ୍ପର୍କରେ ବିଷଦ ତଥ୍ୟ ପ୍ରଦାନ କରିଥିଲେ । ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ବା ବଡି ବିଲ୍ଡିଂ ଏକ ବହୁ ପ୍ରାଚୀନ କ୍ରୀଡା । ଏହାକୁ ଚଳିତ ବର୍ଷ ରାମାୟଣୀ ଯୁବ ସାଂସ୍କୃତିକ ସଂସଦ ଏହାକୁ ଆୟୋଜନ କରୁଛନ୍ତି । ପ୍ରଶାସନ ଏହାର ସୁବନ୍ଦୋବସ୍ତ ସମ୍ପର୍କରେ ସହଯୋଗ କରୁଛନ୍ତି ବୋଲି ସେ କହିଥିଲେ । ମୁଖ୍ୟ ମାର୍ଗଦର୍ଶକ ମନୋଜ କୁମାର ରଥ,ବିଜୟ କୃଷ୍ଣ ବ୍ରହ୍ମା,ବଡି ବିଲଡିଙ୍ଗ ଆସୋସିଏସନ ସମ୍ପାଦକ ଭାରତୀ କୃଷ୍ଣ ବ୍ରହ୍ମା ବିସ୍ତୃତ ସୂଚନା ଦେଇ ଏହି ପ୍ରତିଯୋଗିତା ଚଳିତ ମାସ ୧୨ ତାରିଖ ଅପରାହ୍ନ ୫ ଘଟିକା ସମୟରେ ୫୫ ରୁ ୧୦୦ କିଗ୍ରା ର ୧୦ ଟି ବର୍ଗରେ ଅନୁଷ୍ଠିତ ହେବ । ଶ୍ରେଷ୍ଠ ପ୍ରତିଯୋଗୀ ଙ୍କୁ ମାନପତ୍ର, ଟ୍ରଫି ସହ ଆର୍ଥିକ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ । ଏଥିରେ ଆଠ ସାହି ଆଖଡା ସମନ୍ବୟ ସମିତିର କର୍ମକର୍ତ୍ତା ସହଯୋଗ କରିବେ ବୋଲି ସେମାନେ ଅବଗତ କରାଇଥିଲେ।ସୁରକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ଚିକିତ୍ସା, ପରିଷ୍କାର ପରିଛନ୍ନତା, ପାନୀୟ ଜଳ ବ୍ୟବସ୍ଥା ଇତ୍ୟାଦି ର ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଥିଲେ । ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ, ରାମାୟଣୀ ଯୁବ ସାଂସ୍କୃତିକ ସଂସଦର ସଭାପତି ଶିଶିର ପ୍ରତିହାରୀ, ସମ୍ପାଦକ ଗୋପିକୃଷ୍ଣ ପଣ୍ଡା, ସଦସ୍ୟ ଦେବୀ ପ୍ରକାଶ ବ୍ରହ୍ମା ପ୍ରମୁଖ ଯୋଗ ଦେଇଥିଲେ ।

Related posts

ନୀରଜଙ୍କ ନାଁରେ ସୁନାର ପୋଷ୍ଟ ବକ୍ସ

Odisha Sports Bureau

ସ୍କ୍ୱାସ୍ ଚମ୍ପିଆନଶିପରେ ଭାରତୀୟ ଟିମର ପ୍ରତିିନିଧିତ୍ୱ କରିବେ ଘୋଶାଲ ଏବଂ ଜୋସ୍ନା

Odisha Sports Bureau

ସାକ୍ଷି, ରାହୁଲ ଅୱରେ ଭାରତୀୟ ଟିମରେ ଶାମିଲ

Odisha Sports Bureau