Uncategorized

ଡାକ୍ତରଙ୍କ ପାହାଡ଼ଚଢ଼ା ନିଶା: ଏଲବ୍ରସ୍‌ ଜିତିଲେ ଆଦିତ୍ୟ, ଏଭରେଷ୍ଟ୍ ଆଗାମୀ ଲକ୍ଷ୍ୟ

ଭୁବନେଶ୍ବର: ପେସାରେ ଡାକ୍ତର; ନିଶା କିନ୍ତୁ ପାହାଡ଼ଚଢ଼ା, ପୁଣି ଲକ୍ଷ୍ୟ ହେଉଛି ୨୦୨୫ ସୁଦ୍ଧା ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟ୍‌ ଶିଖରରେ ପାଦ ଥାପିବା। ଏଥିଲାଗି ସେ କେବଳ ମାନସିକ ଓ ଶାରୀରିକ ସ୍ତରରେ ପ୍ରସ୍ତୁତି କରୁନାହାନ୍ତି, ୟୁରୋପ ମହାଦେଶ ଓ ରୁଷିଆର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ୍‌ ଏଲବ୍ରସ୍, ଅଷ୍ଟ୍ରେଲିଆର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ କୋଜିୟୁଜ୍କୋ ଚଢ଼ି ନିଜ ପ୍ରତିବଦ୍ଧତାର ପରିଚୟ ଦେଇସାରିଛନ୍ତି। ପାଠ ସହ ପାହାଡ଼ଚଢ଼ାରେ ନିଜ ଚମକ ଛାଡ଼ିଥିବା ଏହି ଯୁବ ଡାକ୍ତର ତଥା ପର୍ବତାରୋହୀ ହେଉଛନ୍ତି ବରଗଡ଼ ଜିଲ୍ଲା ସୋହେଲାର ଡାକ୍ତର ଆଦିତ୍ୟ ଖାଡ଼ଙ୍ଗା।

କେବଳ ପର୍ବତା‌ରୋହଣ ନୁହେଁ, ୨୬ ବର୍ଷୀୟ ଆଦିତ୍ୟ ମଧ୍ୟ ଏକାଧିକ ଷ୍ଟାର୍ଟ ଅପ୍ ପ୍ରତିଷ୍ଠା କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସେ ମଧ୍ୟ ଜାତୀୟ ଷ୍ଟାର୍ଟ ଅପ୍ ପୁରସ୍କାର ୨୦୨୦ର ଅନ୍ୟତମ ଫାଇନାଲିଷ୍ଟ ଥିଲେ। ସଂପ୍ରତି ସେ ଇନଷ୍ଟଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍‌ର ଚର୍ମରୋଗ ବିଭାଗରେ ଇଣ୍ଟର୍ନସିପ୍ କରୁଛନ୍ତି। ଆଉ ମାତ୍ର କିଛି ଦିନ ପରେ ଆନୁଷ୍ଠାନିକ ଭାବେ ଡାକ୍ତର ହୋଇ ରୋଗୀସେବା କରିବେ। ଖାଲି ସେତିକି ନୁହେଁ, ରୋଗୀ ସେବା ସହ ୭ ମହାଦେଶର ୭ ସର୍ବୋଚ୍ଚ ଗିରିଶୃଙ୍ଗ ଶିଖରରେ ପହଞ୍ଚି ଓଡ଼ିଶା ତଥା ଭାରତବର୍ଷକୁ ଗର୍ବିତ କରିବାକୁ ସ୍ବପ୍ନ ଦେଖୁଛନ୍ତି ବହୁମୁଖୀ ପ୍ରତିଭାର ଅଧିକାରୀ ଆଦିତ୍ୟ।

Related posts

ହକି ଇଣ୍ଡିଆ ବିଶ୍ୱକପ ପାଇଁ ୧୮ ଜଣିଆ ଟିମ୍ ଘୋଷଣା

Odisha Sports Bureau

ବିଚିତ୍ର ଖେଳ ଚାପୁଡା ଲଢ଼େଇ

ଏଏଫସି ଏସିଆନ୍ କପ୍ ୨୦୨୪ ଭାରତୀୟ ଦଳର ନାମ ଘୋଷଣା

Odisha Sports Bureau