ନୂଆଦିଲ୍ଲୀ: ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିବ । ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଛନ୍ତି ନିଖତ ଜରିନ୍ । ଇସ୍ତାନବୁଲରେ ଆୟୋଜିତ ବିଶ୍ୱ ମହିଳା ବକ୍ସିଂ ଚାମ୍ପିଅନସିପର ୫୨ କିଲୋଗ୍ରାମ ବର୍ଗରେ ଜରିନ୍ଙ୍କୁ ଐତିହାସିକ ସ୍ୱର୍ଣ୍ଣ ପଦକ ମିଳିଛି । ଫାଇନାଲରେ ଥାଇଲାଣ୍ଡର ଜିପଙ୍ଗ ଜୁଟାମସଙ୍କୁ ମାତ୍ ଦେଇଛନ୍ତି ୨୫ ବର୍ଷିୟ ଜରିନ୍ । ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣପଦକ ଜିତିବାରେ ଜରିନ୍ ଭାରତର ପଂଚମ ମହିଳା ଖେଳାଳି । ତେଲେଙ୍ଗାନା ନିଜାମବାଦର ଏହି ବକ୍ସର ପୂର୍ବରୁ ଜୁନିଅର୍ ୟୁଥ୍ ୱାର୍ଲଡ ଚାମ୍ଫିଅନ୍ ରହିସାରିଛନ୍ତି ।
ଫାଇନାଲ ମ୍ୟାଚ୍ରେ ତେଲେଙ୍ଗାନା ବକ୍ସର ଜରୀନ ତାଙ୍କ ଥାଇଲ୍ୟାଣ୍ଡ ପ୍ରତିପକ୍ଷଙ୍କ ବିରୋଧରେ ଦମଦାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ଜିତିଛନ୍ତି । ଏହି ବାଉଟରେ ଜଜମାନେ ଜରୀନଙ୍କ ସପକ୍ଷରେ ୩୦-୨୭, ୨୯-୨୮, ୨୯-୨୮, ୩୦-୨୭ ଓ ୨୯-୨୮ରେ ରେଜଲ୍ଟ ଘୋଷଣା କରିଛନ୍ତି । ଜରୀନଙ୍କ ପୂର୍ବରୁ ମ୍ୟାରି କମ ୨୦୦୨, ୨୦୦୫, ୨୦୦୬, ୨୦୦୮, ୨୦୧୦ ଓ ୨୦୧୮, ୨୦୦୬ରେ ସରିତା ଦେବୀ, ୨୦୦୬ରେ ଜେନ୍ନୀ ଆରଏଲ ବିଭିନ୍ନ ବର୍ଗରେ ଭାରତ ପାଇଁ ବିଶ୍ୱ ବିଜେତା ହୋଇଥିଲେ।