More Sports

ବକ୍ସିଂରେ ଭାରତର ନିଖତ୍‌ ଜରିନ୍‌ ବିଶ୍ୱ ଚାମ୍ପିଅନ, ଆଣିଲେ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିବ । ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଛନ୍ତି ନିଖତ ଜରିନ୍ । ଇସ୍ତାନବୁଲରେ ଆୟୋଜିତ ବିଶ୍ୱ ମହିଳା ବକ୍ସିଂ ଚାମ୍ପିଅନସିପର ୫୨ କିଲୋଗ୍ରାମ ବର୍ଗରେ ଜରିନ୍‌ଙ୍କୁ ଐତିହାସିକ ସ୍ୱର୍ଣ୍ଣ ପଦକ ମିଳିଛି । ଫାଇନାଲରେ ଥାଇଲାଣ୍ଡର ଜିପଙ୍ଗ ଜୁଟାମସଙ୍କୁ ମାତ୍ ଦେଇଛନ୍ତି ୨୫ ବର୍ଷିୟ ଜରିନ୍ । ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣପଦକ ଜିତିବାରେ ଜରିନ୍ ଭାରତର ପଂଚମ ମହିଳା ଖେଳାଳି । ତେଲେଙ୍ଗାନା ନିଜାମବାଦର ଏହି ବକ୍ସର ପୂର୍ବରୁ ଜୁନିଅର୍ ୟୁଥ୍ ୱାର୍ଲଡ ଚାମ୍ଫିଅନ୍ ରହିସାରିଛନ୍ତି ।

ଫାଇନାଲ ମ୍ୟାଚ୍‌ରେ ତେଲେଙ୍ଗାନା ବକ୍ସର ଜରୀନ ତାଙ୍କ ଥାଇଲ୍ୟାଣ୍ଡ ପ୍ରତିପକ୍ଷଙ୍କ ବିରୋଧରେ ଦମଦାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ଜିତିଛନ୍ତି । ଏହି ବାଉଟରେ ଜଜମାନେ ଜରୀନଙ୍କ ସପକ୍ଷରେ ୩୦-୨୭, ୨୯-୨୮, ୨୯-୨୮, ୩୦-୨୭ ଓ ୨୯-୨୮ରେ ରେଜଲ୍ଟ ଘୋଷଣା କରିଛନ୍ତି । ଜରୀନଙ୍କ ପୂର୍ବରୁ ମ୍ୟାରି କମ ୨୦୦୨, ୨୦୦୫, ୨୦୦୬, ୨୦୦୮, ୨୦୧୦ ଓ ୨୦୧୮, ୨୦୦୬ରେ ସରିତା ଦେବୀ, ୨୦୦୬ରେ ଜେନ୍ନୀ ଆରଏଲ ବିଭିନ୍ନ ବର୍ଗରେ ଭାରତ ପାଇଁ ବିଶ୍ୱ ବିଜେତା ହୋଇଥିଲେ।

Related posts

ଲଗାତାର ଦ୍ୱିତୀୟଥର ଚମ୍ପିଆନ୍ ହେଲା ବାଙ୍ଗାଲୁର ରେପ୍ଟର୍ସ

Odisha Sports Bureau

ଏସୀୟ ଦୌଡ଼କୁଦ ଫାଇନାଲରେ ଭାରତକୁ ନିରାଶ କଲେ ଦୂତୀ

Odisha Sports Bureau

ସୁମ୍ମୋରଙ୍କ ଠାରୁ ଟ୍ରେନିଙ୍ଗ ନେବେ ମନିକା

Odisha Sports Bureau