More Sports

ଲଗାତାର ଦ୍ୱିତୀୟଥର ଚମ୍ପିଆନ୍ ହେଲା ବାଙ୍ଗାଲୁର ରେପ୍ଟର୍ସ

(ଓଡିଶା ସ୍ପୋର୍ଟସ): ବିଶ୍ୱ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ତାଇ ଜୁ ୟିଙ୍ଗ୍ ଙ୍କ ଅଧିନରେ ଖେଳୁଥିବା ବାଙ୍ଗାଲୁର ରେପ୍ଟର୍ସ ରବିବାର ଦିନ ନର୍ଥ ଇଷ୍ଟେର୍ନ ୱାରିୟର୍ସକୁ ପରାଜିତ କରି ଲଗାତାର ଦ୍ୱିତୀୟଥର ପାଇଁ ପ୍ରିମିୟର ବ୍ୟାଡମିଣ୍ଟନ୍ ଲିଗର ଟାଇଟଲ୍ ନିଜ ନାମରେ କରିଛନ୍ତ୍ି । ବାଙ୍ଗାଲୁର ରିପ୍ଟର୍ସ ଲଗାତାର ଦୁଇଥର ଚମ୍ପିଆନ ହୋଇଥିବା ପ୍ରଥମ ଟିମ୍ ହୋଇଯାଇଛି । ଲିଗର ମଞ୍ଚମ ସିଜିନର ଫାଇନାଲରେ ଭଲ ପ୍ରଦର୍ଶନ କରି ରେପ୍ଟର୍ସ ୪-୨ରେ ବିଜୟ ହାସଲ କରିଛି । ୱାର୍ଲଡ ଚମ୍ପିଆନସିପରେ ବ୍ରୋଞ୍ଜ ପଦକ ଜିତିଥିବା ପ୍ରଣିତ ଏବଂ ବିଶ୍ୱ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ଖେଳାଳି ଦତାଇ ଜୁ ମିକ୍ସଡ୍ ଡବଲ୍ ରେ ନର୍ଥ ଇଷ୍ଟର୍ନ ୱାରିୟର୍ସର ଚାଙ୍ଗ୍ ପେଙ୍ଗ୍ ସୁନ ଏବଂ ଇଓମ୍ ହେ ବୋନ୍ଙ୍କୁ ୪-୨ରେ ପରାସ୍ତ କରିଛନ୍ତି । ବି ସାଇ ପ୍ରଣୀତ ପୁରୁଷ ଏକକ ମ୍ୟାଚରେ ହଙ୍ଗକଙ୍ଗ୍ ର ଖେଳାଳି ଲି ଚେଉକ୍ ୟିୟୁଙ୍କ ଠାରୁ ପ୍ରଥମ ସେଟ୍ ହରାଇବା ପରେ ୧୪-୧୫, ୧୫-୯, ୧୫-୩ରେ ବିଜୟ ହାସଲ କରିଛନ୍ତି । ଲି ୟୋଙ୍ଗ୍ ଡାୟ ଏବଂ ବୋଡିନ୍ ଇସାରା କରିଥିଲେ ପୁରୁଷ ଯୁଗୋଳ ଯୋଡି ନର୍ଥ ଇଷ୍ଟର୍ନ ୱାରିୟର୍ସର ଟ୍ରମ୍ପ୍ ମୁକାବିଲାରେ ରିୟାଙ୍ଗ୍ ଅଙ୍ଗନୁଙ୍ଗ୍ ସପୁତାରୋ ଏବଂ ଏଣ୍ଡ୍ରିୟନ ଜାର୍ଜଙ୍କ ଯୋଡି ୧୫-୧୧,୧୩-୧୫, ୧୫-୧୪ରେ ପରାସ୍ତ କରିଛନ୍ତି । ମ୍ୟାଚର ତୃତୀୟ ମୁକାବିଲାରେ ମହିଳା ଏକକର ଥିଲା , ଯେଉଁଠାରେ ବାଙ୍ଗାଲୁର ରେପ୍ଟର୍ସର ତାଇ ଜୁ ୟିଙ୍ଗ୍ ନାର୍ଥ ଇଷ୍ଟର୍ନ ୱାରିୟର୍ସ ମିଶେଲ ଲୀ ଉପରେ ପ୍ରଭାବଶାଳୀ ହୋଇଛି । ତାଇ ଜୁ ୟିଙ୍ଗ୍ ଏହାକୁ ୧୫-୯, ୧୫-୧୨ରେ ନିଜ ନାମରେ କରି ସ୍କୋରକୁ ୨-୨ କରିଦେଇଛନ୍ତି ।

Related posts

‘କିଡ୍ସ କାଟେଗୋରି’ରେ ଧ୍ରୁବ ମନୋଜ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି

Odisha Sports Bureau

ଜାଭଲିନ୍ ଥ୍ରୋରେ ଡାଇମଣ୍ଡ ଜିତିଲେ ନୀରଜ ଚୋପ୍ରା

Odisha Sports Bureau

ଏସିଆ ଖେଳର ଷ୍ଟାର ଏଥଲେଟିକ୍ ସୁଦ୍ଧାଙ୍କୁ ରେଳ ବିଭାଗରେ ପଦୋନ୍ନତୀ

Odisha Sports Bureau