Cricket

ନ୍ୟୁଜିଲାଣ୍ଡକୁ ହରାଇଲା ଇଂଲଣ୍ଡ

ଲଣ୍ଡନ: ତୃତୀୟ ଦିନିକିଆକୁ ଇଂଲଣ୍ଡ ୧୮୧ ରନ୍‌ରେ ଜିତି ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଛି। ଏହି ମ୍ୟାଚ୍‌ରେ ଷ୍ଟୋକ୍ସଙ୍କ ଶତକୀୟ ପାଳି ସହିତ ଦାୱିଦ ମଲାନ୍‌ଙ୍କ ୯୬ ରନ୍‌ ସହାୟତାରେ ଇଂଲଣ୍ଡ ୪୮.୧ ଓଭରରେ ୩୬୮ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ଷ୍ଟୋକ୍ସ ଓ ମଲାନ୍‌ଙ୍କ ମଧ୍ୟରେ ତୃତୀୟ ୱିକେଟ୍‌ରେ ୧୯୯ ରନ୍‌ର ଭାଗୀଦାରି ହୋଇଥିଲା।

ଟ୍ରେଣ୍ଟ ବୋଲ୍ଟ ସଫଳ ବୋଲର ଭାବେ ୫୧ ରନ୍‌ ବିନିମୟରେ ୫ ୱିକେଟ୍‌ ଦଖଲ କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ନ୍ୟୁଜିଲାଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମଧ୍ୟକ୍ରମରେ ଗ୍ଲେନ୍‌ ଫିଲିପ୍ସ (୭୨) ସଂଘର୍ଷ ପୂର୍ଣ୍ଣ ପାଳି ଖେଳିଥିଲେ ବି ଦଳକୁ ଜିତାଇବାରେ ଅସମର୍ଥ ହୋଇଥିଲେ। ୩୯ ଓଭର ସୁଦ୍ଧା ଦଳ ୧୮୭ ରନ୍‌ କରି ଅଲଆଉଟ୍‌ ହୋଇଥିଲା।

 

Related posts

ପଡିଆରେ ଘଣ୍ଟା ଘଣ୍ଟା ଧରି ଝାଳ ବୁହାଇଲେ ହାର୍ଦ୍ଦିକ; ଅଭ୍ୟାସ ମ୍ୟାଚରେ ଦେଖିବାକୁ ମିଳିଲା ହାଡୱାର୍କ

ବାପାଙ୍କୁ ଭିଡିଓ କଲ କରି କାନ୍ଦିଲେ ଯଶ୍ୱସ୍ୱୀ

ଟେଷ୍ଟ କିକ୍ରେଟରେ ଦେଖାଯିବେନି ଡ଼େଲ ଷ୍ଟେନ

Odisha Sports Bureau