Cycling

ଜର୍ମାନୀରେ ପଦକ ଜିତିଲେ ଚାଷୀର ଝିଅ କଳ୍ପନା

ଭୁବନେଶ୍ୱର: ଜର୍ମାନିର ବର୍ଲିନରେ ଚାଲିଥିବା ସ୍ବତନ୍ତ୍ର ଅଲିମ୍ପିକ୍ସ ବିଶ୍ବ କ୍ରୀଡ଼ାରେ ଓଡ଼ିଆ ଝିଅ କଳ୍ପନା ଜେନା ରୌପ୍ୟ ପଦକ ଜିତି ରାଜ୍ୟର ଗୌରବ ବଢ଼ାଇଛନ୍ତି। ୨ କିଲୋମିଟର ଟିମ୍ ଟ୍ରାଏଲ୍ ସାଇକ୍ଲିଂରେ କଳ୍ପନା ୫:୪୨.୪୨ ସମୟ ସହିତ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ତାଙ୍କ ଭାରତୀୟ ସାଥି ଶିବାନୀ (୫:୨୨.୪୧) ସ୍ବର୍ଣ୍ଣ ଏବଂ କୋଷ୍ଟାରିକାର ଆନା ଜୁମ୍ବାଦୋ (୫:୪୬.୬୩) କାଂସ୍ୟ ପଦକ ଜିତିଥିଲେ। ଆଠଗଡ଼ ଜିଲ୍ଲାର ରେଗେଡ଼ାପଡ଼ା ଗାଁର ଏକ ଆର୍ଥିକ ଅନଗ୍ରସର ଜିଲ୍ଲାରୁ ଆସିଥିବା କଳ୍ପନାଙ୍କ ପିତା ଗଦାଧର ଓ ଗୀତାଞ୍ଜଳି ଜେନା କୃଷିକାର୍ୟ୍ୟ କରିଥାନ୍ତି।

୨୦୧୯ରେ ଆଠଗଡ଼ର ବିଭିଏମଏମଏମଆରବିଟି ଅନୁଷ୍ଠାନରେ କଳ୍ପନା ସାମିଲ ହେବା ସହ ବ୍ୟାଡମିଣ୍ଟନ୍, ଆଥଲେଟିକ୍ସ, ଫ୍ଲୋରବଲ୍ ଶିଖିଥିଲେ। କିନ୍ତୁ ଏକାଧିକ ଥର ଜାତୀୟ ବିଜେତା ହୋଇଥିବା ଝାଡ଼ଖଣ୍ଡର ସତବୀର ସିଂହ ସାହୋତାଙ୍କ ଅଧିନରେ ସନ୍ତରଣ ଶିଖିଥିଲେ। ବିଶ୍ବ କ୍ରୀଡ଼ା ପାଇଁ ମନୋନୀତ ହେବା ପୂର୍ବରୁ ପ୍ରଶିକ୍ଷକ ବିବେକାନନ୍ଦ ମହାନ୍ତିଙ୍କ ଅଧିନରେ ଅଭ୍ୟାସ କରିଥିଲେ। ଏପରିକି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ଏକ ରେସିଂ ସାଇକେଲ୍ ପ୍ରଦାନ କରି କଳ୍ପନାଙ୍କୁ ଉତ୍ସାହିତ କରିଥିଲେ।

Related posts

ସାଇକେଲ ଚାଳକକୁ ଧକ୍କା ଦେଇ ବାଇକ୍ ଆରୋହୀ ମୃତ

ଆଜି ଭାରତ- ୱେଷ୍ଟଇଣ୍ଡଜି ଟି-୨୦ ସିରିଜର ଚତୁର୍ଥ ମ୍ୟାଚ

Odisha Sports Bureau

ଜିତିବା ଆଶାକୁ ଧୋଇନେଲା ବର୍ଷା

Odisha Sports Bureau