ଆସନ୍ତା ରାଞ୍ଚି ଟେଷ୍ଟ ମ୍ୟାଚ ଖେଳିବେନି ଭାରତୀୟ ଟିମର ଦ୍ରୁତ ବୋଲର ଜସପ୍ରୀତ ବୁମରା । ରାଜକୋଟରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଇଣ୍ଡିଆର ବୃହତ ବିଜୟ ପରେ ଏବେ ବୁମରା ବିଶ୍ରାମ ନେବେ ବୋଲି କୁହାଯାଉଛି । ତେବେ ୪ର୍ଥ ଟେଷ୍ଟ ମ୍ୟାଚ ଆସନ୍ତା ୨୩ ତାରିଖରେ ହେବାକୁ ଯାଉଥିବା ବେଳେ ଏହି ମ୍ୟାଚରେ ବୁମରାଙ୍କୁ ମିଶ୍ରାମ ଦେଇଛି ଟିମ ମ୍ୟାନେଜମେଣ୍ଟ । ତାଙ୍କ ସ୍ଥାନରେ ମୁକେଶ କୁମାର କିମ୍ବା ଅକ୍ଷର ପଟେଲଙ୍କୁ ସୁଯୋଗ ଦିଆଯାଇପାରେ ବୋଲି କୁହାଯାଉଛି । ଭାରତ ଇଂଲଣ୍ଡ ବିପକ୍ଷରେ ରାଜକୋଟରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ୪୩୪ରନ ବ୍ୟବଧାନରେ ଜିତିଥିଲା । ତେବେ ଏହି ମ୍ୟାଚ ଜିତିବା ପରେ ଭାରତ ୨-୧ରେ ଆଗୁଆ ରହିଛି । ଆଉ ୩ଟି ଯାକ ମ୍ୟାଚରେ ବୁମରା ଭଲ ପ୍ରଦର୍ଶନ କରିଥିବା ଦେଖିବାକୁୂ ମିଳିଛି । ତେବେ ଅତ୍ୟଧିକ ୱାର୍କଲୋଡ ପାଇଁ ଗୋଟିଲ ମ୍ୟାଚରୁ ସେ ବିଶ୍ରାମ ନେବା ପାଇଁ ତାଙ୍କୁ ୪ର୍ଥ ମ୍ୟାଚରୁ ବାଦ ଦିଆ ଯାଇଛି । ତେବେ ଆସନ୍ତା ୪ର୍ଥ ମ୍ୟାଚ ରାଞ୍ଚିରେ ଖେଳାଯିବାକୁ ଥିବା ବେଳେ ବୁମରାଙ୍କ ସ୍ଥାନରେ ଅନ୍ୟ ଜଣେ ବୋଲର ଦଳରେ ସ୍ଥାନ ପାଇ ପାରନ୍ତିବୋଲିସ ଟିମ ମ୍ୟାନେଜମେଣ୍ଟସୂଚନା ଦେଇଛି ।
ସୂଚନା ଅନୁଯାୟୀ, ଯସପ୍ରୀତ ବୁମରା ରାଜକୋଟରୁ ରାଞ୍ଚି ଯିବେ ନାହିଁ ବୋଲି କୁହାଯାଉଥିବା ବେଳେ ସେ ସିଧା ୫ମ ଟେଷ୍ଟ୍ର ମ୍ୟାଚ ପାଇଁ ଅହମ୍ମଦାବାଦ ଯିବେ ବୋଲି କୁହାଯାଉଛି । ତେବେ ବୁମରା ୩ଟି ମ୍ୟାଚରେ ଏପର୍ଯ୍ୟନ୍ତ ୧୭ଟି ୱିକେଟ ନେଇଛନ୍ତି । ଆସନ୍ତା ୪ର୍ଥ ଟେଷ୍ଟ ମ୍ୟାଚ ଫେବୃଆରୀ ୨୩ ତାରିଖରେ ରାଞ୍ଚି ଠାରେ ହେବାକୁ ଥିବା ବେଳେ ୫ମ ଟେଷ୍ଟ ମ୍ୟାଚ ଧର୍ମଶାଳା ଠାରେ ଅନୁଷ୍ଠିତ ହେବ । ତେବେ ଏ ପର୍ଯ୍ୟନ୍ତ ୨-୧ରେ ଆଗୁଆ ରହିଛି ଭାରତ ।
next post