Cricket

ଚେନ୍ନାଇ ସୁପର କିଙ୍ଗସରେ ମିଶିଲେ ଦ୍ରୁତ ବୋଲର ରିଚାର୍ଡ ଗ୍ଲିସନ୍

ଚେନ୍ନାଇ : ଶକ୍ତିଶାଳୀ ହେଲା ଚେନ୍ନାଇ ସୁପର କିଙ୍ଗସ୍ ।ଦଳରେ ମିଶିଲେ ନୂଆ ଦ୍ରୁତ ବୋଲର । ଡେଭନ୍ କନୱେଙ୍କ ସ୍ଥାନରେ ଦଳରେ ସାମିଲ ହେଲେ ରିଚାର୍ଡ ଗ୍ଲିସନ୍ ।ଆଜି ଚେନ୍ନାଇ ସୁପର କିଙ୍ଗସରେ ଏହି ପରିବର୍ତ୍ତନ ହେଇଛି ।
ସୂଚନା ଅନୁଯାୟୀ, ଆହତ ହେଇ ଦଳଠୁ ଦୂରରେ ଥିବା ଡେଭନ୍ କନୱେଙ୍କ ସ୍ଥାନରେ ଦଳ ଦ୍ରୁତ ବୋଲର ରିଚାର୍ଡ ଗ୍ଲିସନଙ୍କୁ ଦଳରେ ସାମିଲ କରିଛି । ରଚିନ୍ ବର୍ତ୍ତମାନ କନୱେଙ୍କ ସ୍ଥାନରେ ଦଳ ପାଇଁ ଓପନିଂ କରୁଛନ୍ତି । ତେବେ ଚେନ୍ନାଇ ଏବେ କନୱେଙ୍କ ରିପ୍ଲେସମେଣ୍ଟରେ ରିଚାର୍ଡଙ୍କୁ ଦଳରେ ସାମିଲ କରିଛି । ୩୬ ବର୍ଷୀୟ ଏହି ଖେଳାଳି ବର୍ତ୍ତମାନ ସୁଦ୍ଧା ୯୦ଟି ଟି୨୦ ମ୍ୟାଚ୍ ଖେଳି ୧୦୧ ୱିକେଟ୍ ନେଇଛନ୍ତି । ଇଂଲଣ୍ଡ ତରଫରୁ ସେ କେବଳ ୬ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏହି ୬ଟି ମ୍ୟାଚରେ ସେ ୯ଟି ସଫଳତା ପାଇଛନ୍ତି । ଶେଷ ଥର ପାଇଁ ସେ ୨୦୨୨ରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିଲେ ।

Related posts

ସୋସିଆଲ ମିଡିଆରେ ଭଉଣୀଙ୍କୁ ନେଇ ଭାବବିହ୍ୱଳ ହେଲେ ହର୍ଷଲ

Odisha Sports Bureau

ଏସୀୟ କ୍ରୀଡ଼ାର ପ୍ରଥମ ଦୁଇ ମ୍ୟାଚ୍ରୁ ବାଦ ପଡିବେ ହର୍ମନପ୍ରୀତ୍

Odisha Sports Bureau

ଭାରତ ୧୩ ଟି ଦିନିକିଆ ମ୍ୟାଚ୍ ଖେଳିବ

Odisha Sports Bureau