Football

ଫିଫା ବିଶ୍ୱକପ ଆୟୋଜନ କରି ନୂଆ ଇତିହାସ ରଚିଛି କାତାର

ବ୍ୟୁରୋ: ଦୁନିଆର ସବୁଠୁ ଲୋକ ପ୍ରିୟ କ୍ରୀଡା ହେଉଛି ଫୁଟବଲ । ଏଥିରେ ସବୁଠାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ । ଦର୍ଶକବନ୍ଧୁ ଫୁଟବଲ ଏମିତି ଏକ ଖେଳ ଯେଉଁଥିରେ ପୃଥିବୀର ଅଧିକାଂଶ ଦେଶ ଅଂଶ ଗ୍ରହଣ କରିଥାନ୍ତି । ଏହି ବିଶ୍ୱକପ୍ ପାଇଁ ଚଳିତ ଥର ୨୨୦ ବିଲିୟନ ଡଲାରରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିବା ସୂଚନା ରହିଛି । ତେବେ ଏତେ ଟଙ୍କା ଲଗାଇ ଫିଫା ବିଶ୍ୱକପ୍ର ପ୍ରସ୍ତୁତ କରି ନୂଆ ଇତିହାସ ରଚିଛି କାତାର ।

ଜାଣନ୍ତୁ କାତାରରେ ଚାଲିଥିବା ଫିଫା ବିଶ୍ୱକପର ଇତିହାସ:-

ଦର୍ଶକବନ୍ଧୁ ଆପଣ ଜାଣିଲେ ଅଶ୍ଚର୍ଯ୍ୟ ହେବେ ଯେ,ଫିଫା ବିଶ୍ୱକପ୍ ପାଇଁ ଏତେ ଟଙ୍କା ଖର୍ଚ୍ଚ କରୁଥିବା ଦେଶ କାତାରରେ ଦିନ ଥିଲା ଲୋକ ଖାଇବାକୁ ପାଉ ନଥିଲେ । କାତାର ୧୯୩୦ରୁ ୪୦ ମସିହାରେ ଘୋର ଅର୍ଥନୈତିକ ସଙ୍କଟ ଦେଇ ଗତିକରୁଥିଲା । ଯାହା ଦ୍ୱାରା ପ୍ରାୟ ୩୦ ପ୍ରତିଶତ ଲୋକ ଦେଶ ଛାଡି ପଳାୟନ କରିଥିଲେ । କତର ଦେଶରେ ମାତ୍ର ୨୪ ହଜାର ଲୋକ ବସବାସ କରୁଥିଲେ । ଏହା ପରେ କତରରେ ୧୯୩୯ ମସିହାରେ ତେଲ ଖଣିର ସନ୍ଧାନ ମିଳିଥିଲା । ଏହାକୁ କତର ଦେଶର ବ୍ଲାକ ଗୋଲ୍ଡ ବୋଲି କୁହାଯାଉଥିଲା । ଯାହା ଦ୍ୱାରା କାତାର ଦେଶର ଆର୍ଥିକ ପରିସ୍ଥିତିରେ ପରିବର୍ତ୍ତନ ହୋଇଥିଲା । । କିନ୍ତୁ ସେହି ସମୟରେ କାତାରକୁ ବ୍ରଟିଶମାନେ ଶାସନ କରୁଥିଲେ । ଏହାର ୧ ବର୍ଷ ପରେ କତର ସ୍ୱାଧୀନ ହୋଇ ଏକ ସ୍ୱତନ୍ତ୍ର ଦେଶରେ ପରିଣତ ହୋଇଥିଲା ।ସ୍ୱାଧୀନ ହେବାର ପ୍ରାୟ ୧୪ ବର୍ଷ ପରେ କତରରେ ପ୍ରାକୃତିକ ଗ୍ୟାସ ଥିବା ଜଣା ପଡିଲା । ଏହା ପରେ କାତାର ଦେଶରେ ଆର୍ଥିକ ସ୍ଥିତିରେ ଏକ ବଡ ପରିବର୍ତ୍ତନ ହେଲା ।ଆମେରିକା, ଋଷ ଏବଂ ଫ୍ରାନ୍ସ ଭଳି ଧନୀ ଦେଶମାନଙ୍କ ମଧ୍ୟରେ କାତାର ଯୋଡି ହେଲା ।

ତେବେ ବର୍ତ୍ତମାନ ଫିଫା ବିଶ୍ୱକପ୍କୁ ନେଇ କାତାର ଦେଶ ଯେତିକି ଚର୍ଚ୍ଚାରେ ରହିଛି ସେତିକି ବିବାଦ ଘେରରେ ରହିଛି । ଫିଫା ବିଶ୍ୱକପ୍ ପ୍ରୋଜେକ୍ଟ ପାଇବା ପାଇଁ ଆମେରିାକ, ଅଷ୍ଟ୍ରେଲିଆ , ଫ୍ରାନ୍ସ ଭଳି ଧନୀ ଦେଶମାନେ ଅଂଶଗ୍ରହଣ କରିଥିଲେ । କିନ୍ତୁ ଏହି ସମସ୍ତ ଦେଶଗୁଡିକୁ ପଛରେ ପକାଇ ୨୦୧୦ ମସିହାରେ କାତାର ଫିଫା ପ୍ରେଜେକ୍ଟକୁ ହାସଲ କରିଥିଲା ।ଏ ନେଇ ଅନ୍ୟ ଦେଶମାନେ ଅସନ୍ତୋଷ ଜାହିର କରିଥିଲେ । ଅନ୍ୟ ଦେଶଗୁଡିକ ମିଶି କାତାର ବିରୋଧରେ ଅଭିଯୋଗ କରିଥିଲେ । ଅନ୍ୟ ଦେଶଗୁଡିକ କହିବା ମୁତାବକ, ଲାଞ୍ଚ ଦେଇ ଭୋଟ କିଣି ଫିଫା ପ୍ରୋଜେକ୍ଟକୁ ହାସଲ କରିଛି କାତାର । ତେବେ ଏହି ଅଭିଯୋଗକୁ ଆଧାର କରି ଫିଫା ଦ୍ୱାରା ତଦନ୍ତ କରାଯାଇଥିଲା । ଫିଫା ଦ୍ୱାରା କରାଯାଇଥିବା ତଦନ୍ତରେ କୌଣସି ପ୍ରମାଣ ମିଳିନଥିଲା । ତେବେ ଆଜି ପର୍ଯ୍ୟନ୍ତ ଫ୍ରାନ୍ସ ଦେଶ ଏ ନେଇ ତଦନ୍ତ ଜାରି ରଖିଥିବା ସୂଚନା ରହିଛି । ଏଭଳି ଭାବେ ବିବାଦରେ ଛନ୍ଦି ହୋଇ ରହିଛି କାତାର ଚାଲିଥିବା ଫିଫା ବିଶ୍ୱକପ୍ ।

ଏହ ସହ କାତାର ଦେଶର ଆକାର ଅନ୍ୟ ଦେଶ ତୁଳନାରେ ଛୋଟ ହୋଇଥିବାରୁ ଏହାକୁ ନେଇ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇ ପାରେ ବୋଲି ଆଶଙ୍କା କରାଯାଉଥିଲା । କାରଣ ବିଶ୍ୱକପ୍ ସମୟରେ ବିଭିନ୍ନ ଦେଶରୁ ଲୋକମାନେ ଆସିବେ । ସେମାନଙ୍କ ରହିବା,ଖାଇବା, ବୁଲିବା ସହ ଟ୍ରାନ୍ସପୋଟ ଭଳି ଆବଶ୍ୟକତାକୁ ନଜରରେ ରଖି ଏପରି ଆଶଙ୍କା କରାଯାଉଥିଲା । କିନ୍ତୁ କାତାର ଏ ନେଇ ସମସ୍ତ ଅଶଙ୍କା ଦୂର କରିଛି । ଦର୍ଶକଙ୍କ ରହିବା ନିମନ୍ତେ ଫାଇଭ ଷ୍ଟାର ହୋଟେଲ. ବିର୍ଲା ସହ ସପିଙ୍ଗ ମଲର ବ୍ୟବସ୍ଥା କରିଛି । ଏହା ଷ୍ଟାଡିୟମ ଗୁଡିକୁ ଅତ୍ୟନ୍ତ ଆର୍କଷଣୀୟ କରାଯାଇଛି । ଯାହା ବର୍ତ୍ତମାନ ବିଶ୍ୱର ସବୁଠାରୁ ଦାମୀ ଷ୍ଟାଡିୟମରେ ଗଣାଯାଉଛି ।

ତେବେ ଚଳିତ ଥର ଫିଫାର ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସ ସହିତ ମୋଟ୍ ୩୨ଟି ଦଳ ଅଂଶଗ୍ରହଣ କରିଛନ୍ତି। । ୮ଟି ଗ୍ରୁପରେ ଚାରୋଟି ଲେଖାଏଁ ଦଳକୁ ବିଭକ୍ତ କରାଯାଇଛି। ୨୯ ଦିନରେ ୪୮ ଲିଗ୍ ମ୍ୟାଚ୍ ସହିତ ମୋଟ୍ ୬୪ଟି ମୁକାବିଲା ଖେଳାଯିବ। ଲିଗ୍ ପର୍ୟ୍ୟାୟ ରେ ଦମଦାର ପ୍ରଦର୍ଶନ କରିଥିବା ୧୬ଟି ଦଳ ନକଆଉଟରେ ପ୍ରବେଶ କରିବେ। ଡିସେମ୍ବର ୩ରେ ନକଆଉଟ୍ ମୁକାବିଲା ଆରମ୍ଭ ହେବ। ଫାଇନାଲ୍ ମ୍ୟାଚ୍ ଡିସେମ୍ଵର ୧୮ରେ ଖେଳାଯିବ ।

ତେବେ ଚଳିତ ଥର ଫିଫା ବିଶ୍ଵ କପ୍ ଫାଇନାଲ୍ ଜିତୁଥିବା ଦଳ  ପାଖାପାଖି ୩୪୨ କୋଟି ଟଙ୍କାର ପୁରସ୍କାର ରାଶି ମିଳିବ। ଟୁର୍ଣ୍ଣାମେଣ୍ଟରେ ମୋଟ୍ ପୁରସ୍କାର ରାଶି ୩୫୭୮ କୋଟି ଟଙ୍କା ଥିବା  ସୂଚନା ରହିଛି ।

Related posts

ରଣବୀରଙ୍କ ସ୍ୱପ୍ନରେ ଆସନ୍ତି ମେସି

ଇଂରାଜୀ ପ୍ରିମିୟର ଲିଗ୍: ମଞ୍ଚେଷ୍ଟର ୟୁନାଇଟେଡକୁ ପରାସ୍ତ କରି ଏଫ୍ କପ୍ ଫାଇନାଲରେ ଚେଲ୍ସ

Odisha Sports Bureau

ଇଂଲଣ୍ଡ ବିଶ୍ୱକପ ବିଜେତା ଫୁଟବଲର୍ ଚାର୍ଲଟନଙ୍କର ମୃତ୍ୟୁ