Cricket

ସୋନପୁର ପ୍ରିମିୟର ଲିଗ୍ (ଏସ୍‌ପିଏଲ୍)  ମ୍ୟାଚ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

 ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ସୋନପୁର ପ୍ରିମିୟର ଲିଗ୍ (ଏସ୍‌ପିଏଲ୍) କ୍ରିକେଟ ସିଜନ୍ -୩ ଆସନ୍ତା ୨୭ରୁ ଜୁନ ୧ ପର୍ଯ୍ୟନ୍ତ ହେବ ।

ଜିଲ୍ଲା  କ୍ରିକେଟ ସଂଘର ସହଯୋଗରେ ବସ ଷ୍ଟାଣ୍ଟ ନିକଟରେ ଥିବା ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ଏହି ଲିଗ୍ ପାଇଁ  ଜିଲ୍ଲା କ୍ରିକେଟ ସଂଘ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରାଯାଇଛି ।

ଲିଗ୍ ଟୁର୍ନାମେଣ୍ଟ କମିଟିର ଅଧ୍ଯକ୍ଷ ବି. ସତ୍ୟନାରାୟଣ ରାଓ, ସମ୍ପାଦକ ନ‌ବ ପ୍ରକାଶ ମିଶ୍ର, କୋଷାଧ୍ୟକ୍ଷ ବି. ପୁରୁଷୋତ୍ତମ ପାତ୍ର, ଜିଲା କ୍ରିକେଟ ସଂଘ ସଭାପତି ରାମଶଙ୍କର ସାହୁ, ଶ୍ୟାମ ସୁନ୍ଦର ପାତ୍ର, ପ୍ରଦୀପ୍ତ ସେଠୀ ପ୍ରମୁଖ ଯୋଗଦେଇ ଲିଗ୍‌ରେ ରାମ ଏକାଦଶ ସୋନପୁର,  ସୁପର ଜାଏଣ୍ଟ୍, ବିଜୟ ଫାଇଟର୍ ବାଉଁଶୁଣି, ମା’ ମାହେ ଶ୍ଵରୀଶ୍ବରୀ ସ୍ପୋଟିଂ ଉଲୁଣ୍ଡା ଓ ଟିମ୍ ଡୋମି ମିନେସନ୍ ତରଭା ଭଳି ୫ଟି ଦଳ ଅଂଶଗ୍ରହଣ କରିବେ ବୋଲି ସୂଚନା ଦେଇଥିଲେ ।

ପ୍ରତ୍ୟେକ ଦଳରେ ୧୫ ଜଣ ଲେଖାଏଁ ଖେଳାଳି କୋଚ୍‌ଙ୍କୁ ଚୟନ କରାଯିବାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ନିଦ୍ଧାରିତ ଆବେଦନ ଫର୍ମ ବିକ୍ରି ଆରମ୍ଭ ହୋଇଥିବା ବେଳେ ସେହି ଫର୍ମରେ ହିଁ ଖେଳାଳି ପଞ୍ଜି କରଣ କରାଯିବାର ବ୍ୟବସ୍ଥା ରହିଛି ।

ଅନ୍ୟ ମାନଙ୍କ ମଧ୍ଯରେ ଜିଲା କ୍ରିକେଟ ସଂଘ ସମ୍ପାଦକ ପ୍ରଦୀପ ସେଠୀ, ନାଗେଶ୍ୱର ପାତ୍ର, ସୁରଜ ପାତ୍ର, ତ୍ର, ସୁଧାଂଶୁ ଶେଖର   ମେହେର,  ପ୍ରମୁଖଙ୍କ ସହ ଏସ୍‌ପିଏଲ୍‌ର କର୍ମକର୍ତ୍ତା ଓ ଜିଲ୍ଲା କ୍ରିକେଟ ସଂଘ ତଦସ୍ୟ ଉପସ୍ଥିତ ଥିଲେ ।

Related posts

ୱେଷ୍ଟଇଣ୍ଡିଜ୍ ଦଳର ବିପର୍ଯ୍ୟୟ: ଅସନ୍ତୋଷ ପ୍ରକଟ କଲେ ପୂର୍ବତନ ଖେଳାଳି

ଏସିଆ କପ୍ ବାହାନାରେ ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ଭାରତ; ଟିମ୍ ଇଣ୍ଡିଆ ଖେଳାଳିଙ୍କ ପାଇଁ ‘ଅଗ୍ନି ପରୀକ୍ଷା’

Odisha Sports Bureau

ବିଶ୍ୱକପରେ ଟିମ ଭାରତକୁ ବଡ ଝଟକା : ଦଳରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau