ମୁମ୍ବାଇ: ଚାଲିଛି ଆଇପିଏଲ ୨୦୨୩ । ସୋମବାର ରାତିରେ ମୁହାଁ ମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । କିନ୍ତୁ ଏହି ମ୍ୟାଚ ସମୟରେ ବିରାଟ କୋହଲି ଏପରି କିଛି କରିଛନ୍ତି, ଯେଉଁଥି ପାଇଁ ତାଙ୍କ ଉପରେ ଜରିମାନା ସହ କାର୍ଯ୍ୟନୁଷ୍ଠାନ ନିଆଯାଇଛି । ଚେନ୍ନାଇ ସୁପର କିଙ୍ଗସୁ ମ୍ୟାଚର ୧୭ ତମ ଓଭରର ୩ ବଲରେ ଶିବମ ଦୁବେଙ୍କ ୱିକେଟ ନେଇଥିଲେ ଆରସିବିର ଫାଷ୍ଟ ବୋଲର ୱେନ ପାର୍ନେଲ । ଏହି ସମୟରେ ଫିଲ୍ଡିଂ କରୁଥିବା ପୂର୍ବତନ ଆରସିବି ଅଧିନାୟକ ବିରାଟ କୋହଲି ଶିବମ ଦୁବେ ଆଉଟ ହେବା ପରେ ପଡ଼ିଆରେ ଆକ୍ରମଣାତ୍ମକ ଢ଼ଙ୍ଗରେ ସେଲିବ୍ରେସନ କରିଥିଲେ । ଖାଲି ସେତିକି ନୁହେଁ ଏହି ସମୟରେ ମଧ୍ୟ ତାଙ୍କ ପାର୍ଟିରୁ କିଛି ଅପମାନଜନକ ଶଦ୍ଦ । ଆଉ ଏଥିପାଇଁ ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିରାଟ କୋହଲିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିସିସିଆଇ ମ୍ୟାଚ ଫିସର ୧୦% ଜରିମାନା ଆଦାୟ କରିଛି ।
previous post
