Cricket

ପୂର୍ବତନ ଭାରତୀୟ କ୍ରିକେଟର ବିଶନ ସିଂହ ବେଦୀଙ୍କର ପରଲୋକ

ବ୍ୟୁରୋ: ବିଶ୍ୱକପ ଭିତରେ ଭାରତୀୟ କ୍ରିକେଟ ଟିମ ପାଇଁ ଆସିଲା ଦୁଃଖଦ ଖବର । ପୂର୍ବତନ ଭାରତୀୟ କ୍ରିକେଟର ବିଶନ ସିଂହ ବେଦୀଙ୍କର ହୋଇଛି ପରଲୋକ ।୭୭ ବର୍ଷ ବୟସରେ ବିଶନ ସିଂହ ବେଦୀଙ୍କ ହୋଇଛି ଦେହାନ୍ତ । ଭାରତୀୟ କ୍ରିକେଟର ସେତିଲେ କିମ୍ବଦନ୍ତି ଖେଳାଳୀ । ନିଜର ସ୍ପିନ ବୋଲିଂରେ ବେହାଲ କରିଛନ୍ତି ପ୍ରତିପକ୍ଷକୁ । କେବଳ ଜଣେ ସ୍ପିନର ନୁହନ୍ତି । ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ଥିଲେ ବିଶନ ସିଂହ ବେଦୀ । ବାମହାତୀ ସ୍ପିନ୍ର ଚକମାରେ ପ୍ରିପକ୍ଷରଙ୍କ ବ୍ୟାଟରଙ୍କୁ ଧରାଶାୟି କରୁଥିଲେ । ସେ ୧୨ ବର୍ଷର ଆନ୍ତର୍ଜାତୀୟ କ୍ୟାରିଅରରେ ଭାରତ ପାଇଁ ୬୭ ଟି ଟେଷ୍ଟ ଏବଂ ୧୦ ଟି ODI ଖେଳିଛନ୍ତି । ସେ ଭାରତର ପ୍ରଥମ ODI  ବିଜୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ଘାତକ ବୋଲିଂରେ ୧୯୭୫ ବିଶ୍ୱକପ୍ ରେ ପୂର୍ବ ଆଫ୍ରିକାକୁ ୧୨୦ରନରେ ସୀମିତ ରଖିଥିଲା । ୧୯୪୬ ମସିହା ସେପ୍ଟେମ୍ବର ମାସ ୨୫ ତାରିଖରେ ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିବା ବେଦୀ ଜଣେ ବାମହାତୀ ସ୍ପିନର ଥିଲେ । ସେ ଭାରତ ପାଇଁ ୧୯୬୬ରୁ ୧୯୭୯ ମସିହା ପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚ ଖେଳିଥିଲେ । ସେ ୨୨ଟି ଟେଷ୍ଟ ମ୍ୟାଚରେ ଭାରତ ପାଇଁ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ବେଦୀ ୬୭ଟି ଟେଷ୍ଟ ମ୍ୟାଚ ଖେଳି ୨୬୬ଟି ୱିକେଟ ହାସଲ କରିଥିଲେ । ଏଥିସହିତ ସେ ୧୫୬୦ଟି ୱିକେଟ ନେଇ ନିଜର ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟର ସମାପ୍ତ କରିଥିଲେ । ୧୯୭୦ ଦଶକରେ ନିଜ ଯାଦୁଗରୀ ସ୍ପିନରେ କମାଲ କରୁଥିଲେ ବିଶନ ସିଂ ବେଦୀ । ଏରାପଲ୍ଲୀ ପ୍ରସନ୍ନା, ବିଏସ୍ ଚନ୍ଦ୍ରଶେଖର ଓ ଏସ୍. ଭେଙ୍କଟରାଘବନଙ୍କ ସହ ଭାରତୀୟ ସ୍ପିନ ବୋଲିଂରେ ଏକ ନୂଆ ଟ୍ରେଣ୍ଡ ଆରମ୍ଭ କରିଥିଲେ ବିଶନ ସିଂ ବେଦୀ । ସେ ଭାରତ ପାଇଁ ୬୭ଟି ଟେଷ୍ଟ ଖେଳିଥିଲେ ।

Related posts

ଭାରତୀୟ ବୋଲରଙ୍କ ଆକ୍ରମଣରେ ଧରାଶାୟୀ କଙ୍ଗାରୁ ବାହିନୀ

Odisha Sports Bureau

ଅହମଦାବାଦରେ ଚାଲିଛି ଆଫଗାନିସ୍ତାନ ଓ ଦକ୍ଷିଣ ଅଫ୍ରିକା ମଧ୍ୟରେ ଟକ୍କର

Odisha Sports Bureau

ଚଣ୍ଡିଗଡ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଖେଳିବେ ପଞ୍ଜାବ କିଙ୍ଗ୍ସକୁ ସନ ରାଇଜର୍ସ ହାଇଦ୍ରାବାଦ

Odisha Sports Bureau

Leave a Comment