Cricket

ୱାର୍ଲଡ ଟେଷ୍ଟ ଚାମ୍ପିୟନଶିପ୍ ମୁକାବିଲାରେ ପୂର୍ବତନ ପେସର ଜାଭାଗଲ ଶ୍ରୀନାଥ ମ୍ୟାଚ ରେଫରି

ନୂଆଦିଲ୍ଲୀ-: ଆଗକୁ ଖେଳାଯିବାକୁଥିବା ୱାର୍ଲଡ ଟେଷ୍ଟ ଚାମ୍ପିୟନଶିପ୍ ମୁକାବିଲାରେ ପୂର୍ବତନ ପେସର ଜାଭାଗଲ ଶ୍ରୀନାଥ ମ୍ୟାଚ ରେଫରି ଭାବେ ଦେଶର ଉପସ୍ଥିତି ଜାହିର କରିବେ। ଅନ୍ୟପକ୍ଷରେ ନୀତୀନ ମେନନ ୪ର୍ଥ ଅମ୍ପାୟର ଭାବେ ପ୍ରଥମ ଥର ଡବ୍ଲ୍ୟୁଟିସିରେ ପଦାର୍ପଣ କରିବେ। ଲର୍ଡ଼ଠାରେ ଖେଳାଯିବାକୁଥିବା ଫାଇନାଲରେ ଇଂଲଣ୍ଡର ରିଚାର୍ଡ ଇଲିଙ୍ଗ ୱର୍ଥ ଓ ନ୍ୟୁଜିଲାଣ୍ଡର କ୍ରିସ ଗାଫାନି ଫିଲ୍ମ ଅମ୍ପାୟର ଦାୟିତ୍ଵ ତୁଲାଇବେ। ଜୁନ୍ ୧୧ରୁ ୧୫ ଖେଳାଯିବାକୁଥିବା ଏହି ମ୍ୟାଚରେ ଗତଥର ଚାମ୍ପିୟନ ଅଷ୍ଟ୍ରେଲିଆ ପ୍ରଥମ ଥର ଫାଇନାଲିଷ୍ଟ ଦକ୍ଷିଣ ଆଫ୍ରିକା ସହ ମୁକାବିଲା କରିବ। ଇଂଲଣ୍ଡର ରିଚାର୍ଡ କେଟଲବୋରୋ ଆଇସିସିର ଅନେକ ଇଭେଣ୍ଟର ଫାଇନାଲଗୁଡ଼ିକରେ ମ୍ୟାଚ୍ ପରିଚାଳନା କରିଛନ୍ତି। ତନ୍ମଧ୍ୟରେ ପୁରୁଷ ବିଶ୍ୱକପ୍ ଓ ଚାମ୍ପିୟନ୍ସ ଟ୍ରଫି ସାମିଲ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍‌ଘାଟନୀ ଡବ୍ଲ୍ୟୁଟିସି ୨୦୨୧ରେ ମଧ୍ୟ ସେ ସମାନ ଦାୟିତ୍ଵ ନିର୍ବାହ କରିଥିଲେ।

Related posts

ଧୋନୀଙ୍କୁ ପଛରେ ପକାଇଲେ ପନ୍ତ

Odisha Sports Bureau

ଆଜି ଭାରତ-ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ : ମ୍ୟାଚ୍ ଜିତି ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନାସୋ କାଉଣ୍ଟିର ଏକ ବଡ ଗାଁ ଗାର୍ଡେନରେ ସିଟିରେ ଅଭ୍ୟାସ କରୁଛନ୍ତି ଭାରତୀୟଦଳ