Cricket

ଆଇପିଏଲକୁ ନେଇ ସ୍ପଷ୍ଟ କଲେ ଗାଙ୍ଗୁଲି

ନୂଆଦିଲ୍ଲୀ(ଓଡ଼ିଶା ସ୍ପୋର୍ଟର୍ସ): କୋରୋନାର ଦ୍ୱିତୀୟ ଲହର ପାଇଁ ଚଳିତ ବର୍ଷ ଆଇପିଏଲ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହେବା ପରେ ଏହାର ବଳକା ମ୍ୟାଚ ଗୁଡ଼ିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଟୁର୍ଣ୍ଣାମେଣ୍ଟର ବାକି ମ୍ୟାଚ ଗୁଡ଼ିକ କେଉଁଠି ଆଉ କେବେ ଖେଳାଯିବ ତାହାକୁ ନେଇ ଜାରି ରହିଛି କଳ୍ପନା ଜଳ୍ପନା । ତେବେ ବିସିସିଆଇ ଅଧ୍ୟକ୍ଷ ସୈାରଭ ଗାଙ୍ଗୁଲି ଏସବୁ ଆଲୋଚନା ଉପରେ ପୂଣ୍ଣଚ୍ଛେଦ ପକାଇଛନ୍ତି । ଆଇପିଏଲର ପରବର୍ତ୍ତୀ ମ୍ୟାଚଗୁଡ଼ିକୁ ନେଇ ସେ ସ୍ପଷ୍ଟ କରିଛନ୍ତି । ତାଙ୍କ କହିବା ଅନୁସାରେ ଭାରତରେ ଆଇପିଏଲର ବଳକା ମ୍ୟାଚ ଖେଳାଯିବା ସମ୍ଭବ ନୁହେଁ । ଏହା କେବେ ହେବ ତାହା ମଧ୍ୟ ଏବେ କହିବା ଅସମ୍ଭବ ।
ଆଇପିଏଲର ବାକି ମ୍ୟାଚଗୁଡ଼ିକୁ ଇଂଲଣ୍ଡ, ଶ୍ରୀଲଙ୍କା ସହିତ ଅଷ୍ଟ୍ରେଲିଆ ଏବଂ ୟୁଏଇ ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟର ୬୦ଟି ମ୍ୟାଚରୁ ୨୯ଟି ମ୍ୟାଚ ଖେଳାଯାଇଛି । ବାକି ୩୧ଟି ମ୍ୟାଚ କେଉଁଠି ଖେଳାଯିବ ସେ ନେଇ ଅଲୋଚନା ଚାଲୁ ରହିଛି । ଆସନ୍ତା ସେପ୍ଟେମ୍ବରରେ ଏହି ଲିଗର ବଳକା ଅଂଶକୁ ଶେଷ କରିବା ପାଇଁ ଚେଷ୍ଟା ଜାରି ରଖିଥିବ କହିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୈାରଭ ଗାଙ୍ଗୁଲି ।

Related posts

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୭୪ ରନ କରିଛି

Odisha Sports Bureau

କିକ୍ରେଟକୁ ଅଲବିଦା କଲେ ଇରଫାନ ପଠାନ

Odisha Sports Bureau

ଦ୍ୱିତୀୟ ରଣଜୀ ମ୍ୟାଚରେ ହାରିଲା ଓଡ଼ିଶା, ୟୁପିକୁ ଫୁଲ ପଏଣ୍ଟ

Odisha Sports Bureau

Leave a Comment