Wrestling

କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା କରିବାକୁ ସରକାରଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଆଲୋଚନା ପାଇଁ ପ୍ରସ୍ତାବ ଦେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ପ୍ରତିବାଦରତ କୁସ୍ତିଖେଳାଳିମାନଙ୍କୁ ପୁଣି ଥରେ ଆମନ୍ତ୍ରଣ କରିଛନ୍ତି । ତେବେ ସରକାରଙ୍କ ପ୍ରସ୍ତାବ ପରେ କୁସ୍ତି ଖେଳାଳି ସାକ୍ଷୀ ମଲିକ ନିଜର ପ୍ରତିକ୍ରୀୟା ଦେଇ କହିଥିଲେ, ସରକାରଙ୍କ ପ୍ରସ୍ତାବ କ’ଣ ନ ଜାଣିବା ପର୍ୟ୍ୟନ୍ତ ପ୍ରତିବାଦ ବନ୍ଦ କରାଯିବ ନାହିଁ । ସରକାର ଆମକୁ କେମିତିକା ପ୍ରସ୍ତାବ ଦେଇଛନ୍ତି, ଦେଖିବୁ। ଡବ୍ଲୁଏଫଆଇର ମୁଖ୍ୟ ବ୍ରିଜ୍ ଭୂଷଣଙ୍କୁ ଗିରଫ କରିବା ଆମର ମୁଖ୍ୟ ଦାବି ।

ସେ ଆହୁରି ମଧ୍ୟ କହିଛନ୍ତି, ସରକାର ଦେଇଥିବା ପ୍ରସ୍ତାବକୁ ଆମେ ଖାପ୍ ପଞ୍ଚାୟତ ନେତାମାନଙ୍କ ଆଗରେ ଉପସ୍ଥାପନା କରି ସେମାନଙ୍କ ସହିତ ଆଲୋଚନା କରିବୁ। ଆମେ ନ ବୁଝି ନ ଶୁଝି କୌଣସି ପ୍ରସ୍ତାବ ଗ୍ରହଣ କରିବୁ ନାହିଁ। ଆମ ବରିଷ୍ଠ ଓ ସମର୍ଥକମାନଙ୍କ ସହିତ ସରକାର ଦେଇଥିବା ପ୍ରସ୍ତାବ କଥା ଆଲୋଚନା କରିବୁ। ପ୍ରସ୍ତାବ ଉତ୍ତମ ବୋଲି ସମସ୍ତେ ସମ୍ମତି ଦେବା ପରେ ଯାଇ ଆମେ ରାଜି ହେବୁ। ଆଲୋଚନା ପାଇଁ ଏପର୍ୟ୍ୟନ୍ତ ସମୟ ମଧ୍ୟ ଧାର୍ୟ୍ୟ କରାଯାଇ ନାହିଁ। ଆମେ ଆଲୋଚନା ସମୟ ଓ ସ୍ଥାନ ଜାଣିବା ପାଇଁ ଅପେକ୍ଷା କରିଛୁ। ରୁଦ୍ଧଦ୍ବାର ନୁହେଁ ଉନ୍ମୁକ୍ତ ବୈଠକ ପାଇଁ ଆମେ କହିବୁ। କିଛି ସମାଧାନ ହେବା ନେଇ ଆମେ ଆଶାୟୀ ବୋଲି ସାକ୍ଷୀ କହିଛନ୍ତି।

Related posts

କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏସିଆନ ଗେମ୍ସ ୨୦୨୩ରୁ ବାହାର ହୋଇଛନ୍ତି

Odisha Sports Bureau

ଭିନେଶଙ୍କ ପାଇଁ ଭାବପ୍ରବଣ ହେଲେ ଭଉଣୀ ବବିତା ଫୋଗଟ

Odisha Sports Bureau

କୁସ୍ତିଯୋଦ୍ଧାଙ୍କ ପାଇଁ ମୁଜାଫରନଗରରେ ବସିବ ମହାପଞ୍ଚାୟତ; ଚାଷୀନେତାଙ୍କ ଅଧ୍ୟକ୍ଷତାରେ ବୈଠକ

Odisha Sports Bureau