Hockey

ବଢୁଛି ରୋମାଞ୍ଚ; ସେମି ପାଇଁ ୩ ଦଳ SELECTED

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆଜି ଖେଳାଯାଉଛି କ୍ୱାର୍ଟର ଲଢେଇ । ଜୁନିୟର ହକି ବିଶ୍ୱକପର ସେମି ଟିକେଟ ପାଇବା ପାଇଁ ଚାଲିଛି ଟକ୍କର । ପ୍ରଥମ ଟିମ ଭାବେ ଜର୍ମାନୀ ସେମିରେ ପହଞ୍ଚିଥିବା ବେଳେ  ଏବେ ନେଦରଲାଣ୍ଡସକୁ ହରାଇ ସେମି ପାଇଁ ସ୍ଥାନ ପକ୍କା କରିଛି ଆର୍ଜେଣ୍ଟିନା । ସେହିପରି ତୃତୀୟ କ୍ୱାର୍ଟରରେ ମୁହାଁମୁହିଁ ହୋଇଥିଲେ ମାଲେସିଆ ଏବଂ ଫ୍ରାନ୍ସ । ଏହି ମ୍ୟାଚକୁ ୪-୦ ଗୋଲରେ ନିଜ ନାମରେ କରିଛି ଫ୍ରାନ୍ସ । ଏଥିସହିତ ସେମି ଫାଇନାଲ ପାଇଁ ଟିକେଟ ହାସଲ କରିଛି ଦଳ ।

 

ମ୍ୟାଚ ଆରମ୍ଭରୁ ମାଲେସିଆ ଉପରେ ଭାରି ପଡ଼ିଥିଲା ଫ୍ରାନ୍ସ । ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ଫ୍ରାନ୍ସ । ଯାହା ଫଳରେ ମ୍ୟାଚର କୌଣସି ବି ସମୟରେ ଗୋଲ କରିବାର ସୁଯୋଗ ମାଲେସିଆକୁ ଦେଇନଥିଲା ଫ୍ରାନ୍ସ । ଫ୍ରାନ୍ସ ପକ୍ଷରୁ କ୍ଲିମେଣ୍ଟ ତିମୋଥେଙ୍କ ହ୍ୟାଟ୍ରିକ ଫଳରେ ଏହି ମ୍ୟାଚକୁ ୪-୦ରେ ନିଜ ନାମରେ କରିଥିଲା ଫ୍ରାନ୍ସ ।

 

ତେବେ ଶେଷ କ୍ୱାର୍ଟର ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ବେଲଜିୟମ । ଏହି ମ୍ୟାଚକୁ ଜିତି ଚତୁର୍ଥ ଟିମ ଭାବରେ ହକି ବିଶ୍ୱକପ ସେମି ଫାଇନାଲ ଟିକେଟ ପାଇଁ ଲଢିବ ଟିମ ଇଣ୍ଡିଆ ।

Related posts

ପଦକ ବିଜେତା ଭାରତୀୟ ହକି ଦଳରେ ସାମିଲ ଓଡ଼ିଶାର ଖେଳାଳିଙ୍କୁ ନଗଦ ପୁରସ୍କାର ଘୋଷଣା କଲେ ରାଜ୍ୟ ସରକାର

Odisha Sports Bureau

ସ୍ମାର୍ଟସିଟିରେ ଧକ୍ ଧକ୍ ଗର୍ଲ ମାଧୁରୀ

Odisha Sports Bureau

କଳିଙ୍ଗ ଷ୍ଟାଡ଼ିୟମରେ ସର୍ବ ଭାରତୀୟ ପୋଲିସ ହକି

Odisha Sports Bureau