Cricket

ପ୍ରଥମ ମହାକୁମ୍ଭରେ ଜିତିଲା ଗୁଗୁରାଟ ଟାଇଟନ୍ସ

ଅହମ୍ମଦାବାଦ: ଆରମ୍ଭ ହୋଇଯରଇଛି ଆଇପିଏଲ୍ ୨୦୨୩ । ପ୍ରଥମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଯାଇଛି । ଏହି ରୋମାଞ୍ଚକଭରା ମ୍ୟାଚ ଟିକୁ ଜିତିନେଇଛି ଡିଫେଣ୍ଡିଂ ଚମ୍ପିଆନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ । ପ୍ରଥମେ ବ୍ୟାଟିଂ କରି ୧୭୮ ରନ୍ କରିଥିଲା ଚେନ୍ନାଇ ସୁପରକିଙ୍ଗସ । ୧୭୯ରନର ବିଜୟ ଲକ୍ଷ୍ୟକୁ ୧୯.୨ ଓଭରରେ ୫ୱିକେଟ୍ ବିନିମୟରେ ହାସଲ କରିନେଇଛି ଗୁଜରାଟ । ପ୍ରଥମ ମ୍ୟାଚରେ ବିଜୟ ସହ ଆଇପିଏଲ୍ ଅଭିଯାନ ଆରମ୍ଭ କରିଛି ଗୁଜରାଟ ଟାଇଟନ୍ସ । ଆଜାର ମ୍ୟାଚରେ ଟସ୍ ହାରି ବ୍ୟାଟିଂ ପାଇଁ ଓହ୍ଲାଇଥିବା ଚେନ୍ନାଇ ସୁପରକିଙ୍ଗସ । ୧୭୮ ରନ କରି ବିପକ୍ଷ ଦଳକୁ ୧୭୯ ରନର ଟାଗ୍ରେଟ ଦେଇଥିଲା ।ପରେ ୧୭୯ରନର ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ପକ୍ଷରୁ ରିଦ୍ଧିମାନ ଶାହା ଏବଂ ଶୁଭମନ ଗିଲ୍ ପ୍ରାରମ୍ଭିକ ବ୍ୟାଟର ଭାବେ ପଡିଆକୁ ଓହ୍ଲାଇଥିଲେ । ଦୁଇ ବ୍ୟାଟ୍ସମ୍ୟାନ ଦଳକୁ ଭଲ ଆରମ୍ଭ ଦେଇଥିଲେ । ୧୬ ଟି ବଲରେ ୨୫ ରନ୍ କରି ଶାହା ରାଜବର୍ଦ୍ଧନଙ୍କ ଓଭରରେ ଆଉଟ୍ ହୋଇଯାଇଥିଲେ । ତାଙ୍କ ସ୍ଥାନରେ ସାଇ ସୁଦର୍ଶନ ଆସି ଗିଲଙ୍କ ସହ କିଛି ସମୟ ପାଇଁ ପାର୍ଟନସିପ୍ କରିଥିଲେ । ୧୭ ଟି ବଲ୍ ଖେଳି ସେ ୨୨ ରନ୍ କରି ଆଉଟ୍ ହୋଇଯାଇଥିଲେ । ଶୁଭମନ ଗିଲ୍ କିନ୍ତୁ ଦଳୀୟ ସ୍ଥିତିକୁ ଆଗକୁ ବଢ଼ାଇଥଲେ । ୩୬ ଟି ବଲରେ ସେ ଦ୍ରୁତତମ ୬୩ ରନ୍ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୟ ଶଙ୍କର ୨୧ ଟି ବଲରେ ୨୭ ରନ୍ କରିଥଲେ । ଶେଷ ଭାଗରେ ରାହୁଲ ତେୱାଟିଆ ଏବଂ ରଶିଦ୍ ଖାନ ଚମତ୍କାର ପାର୍ଟନରସିପ୍ କରି ଦଳକୁ ବିଜୟୀ କରାଇଥିଲେ । ରାହୁଲ ତେୱାଟିଆ ୧୪ ଟି ବଲରେ ୧୫ ରନ୍ ଏବଂ ରଶିଦ ଖାନ୍ ୩ ଟି ବଲରେ ୧୦ ରନ୍ କରି ଅପରାଜିତ ରହିଥିଲେ । ଚେନ୍ନାଇ ପକ୍ଷରୁ ରାଜବର୍ଦ୍ଧନ ସର୍ବାଧିକ ୩ ଟି ୱିକେଟ୍ ଅକ୍ତିଆର କରିଥିଲେ ।

 

Related posts

ସିଡନୀରେ ଭାରତୀୟ ଖେଳାଳିଙ୍କୁ ଦିଆଯାଉଛି ଖରାପ ଖାଦ୍ୟ

Odisha Sports Bureau

ରାଞ୍ଚି ଟେଷ୍ଟରେ ଚମକିଲେ ଆକାଶଦୀପ୍ ;ଘାତକ ବୋଲିଂରେ ଘାଇଲା ଇଲଣ୍ଡ ଟିମ୍

Odisha Sports Bureau

ପୂଜାରେ ଟ୍ରାଡିସନାଲ ଲୁକରେ ନଜର ଆସିଲେ ବିରାଟ ଅନୁଷ୍କା

Odisha Sports Bureau