ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୫୭ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଗୁଜୁରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ । ଗୁଜୁରାଟ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ପଏଣ୍ଟ ଟେବୁଲରେ ଦୁଇଟିଯାକ ଟିମ୍ ଟପ୍ରେ ରହିଥିଲେ । କିନ୍ତୁ ୬୨ ରନ୍ରେ ଲକ୍ଷ୍ନୌକୁ ହରାଇ ପ୍ରଥମ ଟିମ୍ ଭାବେ ଗୁଜୁରାଟ ପ୍ଲେ ଅଫ୍ରେ ନିଜ ସ୍ଥାନ ପକ୍କା କରିଛି । ସୂଚନାଯୋଗ୍ୟ ଯେ ଲକ୍ଷ୍ନୌ ୧୪୪ ରନ୍ର ଟାର୍ଗେଟ୍ ପିଚ୍ଛା କରି ୧୩.୫ ବଲ୍ରେ ୮୨ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ଲକ୍ଷ୍ନୌ ପକ୍ଷରୁ ଦୀପକ ହୁଡ୍ଡା ସର୍ବାଧିକ ୨୭ ରନ୍ କରିଥିଲେ । ଗୁଜୁରାଟ ପକ୍ଷରୁ ରାସିଦ୍ ଖାନ୍ ୪ ୱିକେଟ୍ ନେଇଥିବା ବେଳେ ରବିଶ୍ରୀନିବାସନ ଓ ୟଶ ଦୟାଲ ୨ ଟି ଲେଖାଏ ୱିକେଟ୍ ନେଇଥିଲେ । ଏହି ମ୍ୟାଚ୍ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା । କାରଣ ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବେ ଟପ ୪ରେ ନିଜର ସ୍ଥାନ ସୁରକ୍ଷିତ କରିବା ପାଇଁ ଏହା ଚାନ୍ସ ରହିଥିଲା । ଯିଏ ଜିତିବ, ତା’ର ପଏଣ୍ଟ ସଂଖ୍ୟା ୧୮ରେ ପହଞ୍ଚିଯିବ।