Cricket

ଲକ୍ଷ୍ନୌକୁ ହରାଇ ପ୍ଲେ ଅଫ୍‌ରେ ଏଣ୍ଟ୍ରି କଲା ଗୁଜୁରାଟ ଟାଇଟନ୍ସ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୫୭ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଗୁଜୁରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ । ଗୁଜୁରାଟ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ପଏଣ୍ଟ ଟେବୁଲରେ ଦୁଇଟିଯାକ ଟିମ୍‌ ଟପ୍‌ରେ ରହିଥିଲେ । କିନ୍ତୁ ୬୨ ରନ୍‌ରେ ଲକ୍ଷ୍ନୌକୁ ହରାଇ ପ୍ରଥମ ଟିମ୍‌ ଭାବେ ଗୁଜୁରାଟ ପ୍ଲେ ଅଫ୍‌ରେ ନିଜ ସ୍ଥାନ ପକ୍କା କରିଛି । ସୂଚନାଯୋଗ୍ୟ ଯେ ଲକ୍ଷ୍ନୌ ୧୪୪ ରନ୍‌ର ଟାର୍ଗେଟ୍‌ ପିଚ୍ଛା କରି ୧୩.୫ ବଲ୍‌ରେ ୮୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଲକ୍ଷ୍ନୌ ପକ୍ଷରୁ ଦୀପକ ହୁଡ୍ଡା ସର୍ବାଧିକ ୨୭ ରନ୍‌ କରିଥିଲେ । ଗୁଜୁରାଟ ପକ୍ଷରୁ ରାସିଦ୍‌ ଖାନ୍‌ ୪ ୱିକେଟ୍‌ ନେଇଥିବା ବେଳେ ରବିଶ୍ରୀନିବାସନ ଓ ୟଶ ଦୟାଲ ୨ ଟି ଲେଖାଏ ୱିକେଟ୍‌ ନେଇଥିଲେ । ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା । କାରଣ ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବେ ଟପ ୪ରେ ନିଜର ସ୍ଥାନ ସୁରକ୍ଷିତ କରିବା ପାଇଁ ଏହା ଚାନ୍ସ ରହିଥିଲା । ଯିଏ ଜିତିବ, ତା’ର ପଏଣ୍ଟ ସଂଖ୍ୟା ୧୮ରେ ପହଞ୍ଚିଯିବ।

 

Related posts

କ୍ରିକେଟରୁ ସନ୍ୟାସ ନେଲେ ଷ୍ଟେନ

Odisha Sports Bureau

ବସ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଗାଙ୍ଗୁଲିଙ୍କ ଝିଅ

Odisha Sports Bureau

ଆଇପିଏଲର ୧୦ମ ମ୍ୟାଚରେ ମୁହାଁ ମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୁ କେଲକାତା ନାଇଟ ରାଇଡର୍ସ

Odisha Sports Bureau