(ଓଡିଶା ସ୍ପୋର୍ଟ): ହରମନପ୍ରିତଙ୍କ ଧୁଆଁଧାର ଶତକରେ ମହିଳା ଟି-ଟ୍ୱେଣ୍ଟି ବିଶ୍ୱ କପ୍ ରେ ଜୋରଦାର ପ୍ରଦର୍ଶନ ହୋଇଅଛି । ଭାରତ- ନ୍ୟୁଜଲ୍ୟାଣ୍ଡ୍ ମଧ୍ୟରେ ହୋଇଥିବା ବିଶ୍ୱ କପ୍ ଉଦଘାଟନୀ ମ୍ୟାଚରେ ଭାରତୀୟ ଟିମର କ୍ୟାପଟେନ୍ ଇତିହାସ ସୃଷ୍ଟି କରିଛନ୍ତି । ଶୁକ୍ରବାର ଦିନ ଗୁଆନାରେ ହରମନ ୫୧ ବଲ୍ ରେ ୧୦୩ ରନ୍ କରି ଶତକ ହାସଲ କରିବା ସହିତ ଭାରରତୀୟ ମହିଳା ଦଳ ନ୍ୟୁକ୍ଲ୍ୟାଣ୍ଡର ସାମ୍ନାରେ ୧୯୫ ରନର ବିଶାଳ ଲକ୍ଷ୍ୟ ରଖିଥିଲେ । ୭ ଚୌକା ଏବଂ ୮ ଛକ୍କାରେ ସଜ୍ଜିତ ଏହି ପାଳି ସହିତ ହରମନ୍ପ୍ରିତ ମହିଳା ଟି-ଟ୍ୱିର୍ଟି ବିଶ୍ୱ କପ୍ ରେ ଶତହ ହାସଲ କରିଥିବା ପ୍ରଥମ ମହିଳା ଖେଳାଳୀ ହୋଇଗଲେ । ଏହା ପୂର୍ବରୁ କୌଣସି ଭାରତୀୟ ମହିଳା କ୍ରିକେଟର ଏହା କରିପାରି ନ ଥିଲେ ।
ମହିଳା ଟି-ଟ୍ୱେଣ୍ଟି ବିଶ୍ୱ କପ୍ ରେ ଶତକ ହାସଲ କରିଥିବା ହରମନପ୍ରିତ ତୃତୀୟ କ୍ୟାପଟେନ୍ ଅଟନ୍ତି । ଏହା ପୂର୍ବରୁ ଯେଉଁ ତିନି ଜଣ ମହିଳା କ୍ରିକେଟର୍ସ ଟି-ଟ୍ୱେଣ୍ଟି ବୀଶ୍ୱ କପ୍ ରେ ଶତକ ହାସଲ କରିଛନ୍ତି, ସେମାନେ ସମସ୍ତେ ନିଜ ନିଜ ଟିମର କ୍ୟାନଟେନ ଥିଲେ । ନିଜର ଏହି ୧୦୩ ରନ୍ ର ପାଳିରେ ହରମନପ୍ରିତ ୮ ଛକ୍କା ମାରିଥିଲେ, ଯାହା ଗୋଟିଏ ପାଳିରେ ସିକ୍ସସର୍ସ ଉଡାଇବାର ସଂଯୁକ୍ତା ରୂପରେ ଦ୍ୱିତୀୟ ରେକର୍ଡ ଅଟେ । ସର୍ବାଧିକ ଛକ୍କାର ରେକର୍ଡ ୱେଷ୍ଟଇଣ୍ଡିଜ୍ ର ଡି ଡାର୍ଟିନଙ୍କ ନାମରେ ରହିଛି । ସେ ୨୦୧୦ ମସିହାରେ ବିଶ୍ୱ କପ୍ ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୯ ଛକ୍କା ଜମା କରିଥିଲେ ।
ହରମନପ୍ରିତ କୌର ଚତୁର୍ଥ ୱେକେଟ୍ ନେବା ପାଇଁ ଯୁବା ଖେଳାଳୀ ଜେମିମା ରୋଡ୍ରୀଜଙ୍କ ସହ ମିଶି ୧୩୪ ରନ୍ କରିଥିଲେ । ଯାହା ଭାରତ ତରଫରୁ ମହିଳା ଟି-ଟ୍ୱେଣ୍ଟି ବିଶ୍ୱ କପ୍ ରେ କୌଣସି ଭି ୱେକେଟ ପାଇଁ ଏହା ସବୁଠାରୁ ବଡ ପାର୍ଟନରସିପ୍ ଅଟେ । ଏହା ପୁର୍ବରୁ ମିତାଲି ରାଜ ଏବଂ ପୂନମ ରାଉତ ୨୦୧୪ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୧୭ ରନ୍ ସଂଗ୍ରହ କରିଥିଲେ । ଏହି ଶତକ ହାସସଲ କରିବା ପରେ ହରମନପ୍ରିତ୍ ଏବେ ଟି-ଟ୍ୱେଣ୍ଟି ବିଶ୍ୱ କପ୍ ରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ଭାରତୀୟ ଖେଳାଳୀ ହୋଇଗଲେ । ଏହା ପୂବର୍ବରୁ ମଧ୍ୟ ଏହି ରେକର୍ଡ ତାଙ୍କ ନାମରେ ଥିଲା, ଯାହା ହରମନପ୍ରିତ୍ (୭୭ ରନ୍) ବାଙ୍ଗଲାଦେଶ ବିପକ୍ଷରେ ୨୦୧୪ ରେ ସିଲହଟରେ ସଂଗ୍ରହ କରିଥିଲେ । ହରମନପ୍ରିତ୍ କୌର ମହିଳା ଟି-୨୦ ବିଶ୍ୱ କପ୍ ରେ ଛକ୍କା ଉଡାଇଥିବା ପ୍ରଥମ ଭାରତୀୟ ମହିଳା କ୍ୟାନଟେନ୍ ଅଟନ୍ତି ।