Cricket

ଟିମ ଇଣ୍ଡିଆକୁ ଝଟକା , ଶ୍ରୀଲଙ୍କା ମ୍ୟାଚରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଚଳିତ ବିଶ୍ୱକପରେ ଭାରତୀୟ ଟିମ ଭଲ ପ୍ରଦର୍ଶନ କରୁଛି । ଭାରତ ଏକ ମାତ୍ର ଟିମ ଯିଏ ଏବେ ଯାଏଁ କୌଣସି ମ୍ୟାଚ ହାରିନାହିଁ । ଭାରତ ଏବେ ପଏଣ୍ଟ ଟେବୁଲରେ ୧ ନମ୍ବର ସ୍ଥାନରେ ରହିଛି । ତେବେ ଇଂଲଣ୍ଡ ବିପକ୍ଷ ମ୍ୟାଚ ଆସନ୍ତାକାଲି ଖେଳିଯିବାକୁ ରହିଥିବା ବେଳେ ହାର୍ଦ୍ଦିକ ଏହି ମ୍ୟାଚରୁ ବାଦ୍‌ ପଡିଛନ୍ତି । କେବଳ ଇଂଲଣ୍ଡ ନୁହେଁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରୁ ମଧ୍ୟ ହାର୍ଦ୍ଦିକ ବାଦ୍‌ ପଡିଛନ୍ତି ।

ବିଶ୍ୱକପ ୨୦୨୩ ମ୍ୟାଚରେ ରବିବାର ମୁହାଁମୁହିଁ ହେବେ ଭାରତ –ଇଂଲଣ୍ଡ । ଟିମର ଷ୍ଟାର ବୋଲର ହାର୍ଦ୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାନ୍ତି । ସେ ବିଶ୍ୱକପର ଆଗାମୀ ଦୁଇଟି ମ୍ୟାଚ୍ ଖେଳିପାରିବେ ନାହିଁ । ଇଂଲଣ୍ଡ ଏବଂ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ଖେଳିବେ ନାହିଁ ବୋଲି ବିସିସିଆଇ କହିଛି । ହାର୍ଦ୍ଦିକ ପାଣ୍ଡ୍ୟା ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ । ଆଉ ଏଥିପାଇଁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଖେଳିପାରିନଥିଲେ।

ତେବେ ହାର୍ଦ୍ଦିକ ନଭେମ୍ବରେ ୫ରେ ହେବାକୁ ଥିବା ଭାରତ- ସାଉଥ ଆଫ୍ରିକା ମ୍ୟାଚ୍‌ ପାଇଁ ଠିକ୍‌ ହୋଇପାରନ୍ତି । ଭାରତୀୟ ଦଳର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଆହତ ହୋଇଥିଲେ । ତାଙ୍କ ବାମ ଗୋଡରେ ଆଘାତ ଲାଗିଥିଲା ।

Related posts

ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚରେ ବାଦ ପଡିପାରନ୍ତି ରୋହିତ ଶର୍ମା

Odisha Sports Bureau

ଏସିଆ କପରୁ ବି ବାଦ୍ ପଡିପାରନ୍ତି ଶ୍ରେୟସ ଆୟର

Odisha Sports Bureau

5 ଖେଳାଳିଙ୍କ ଉପରେ ନଜର; ଯେଉଁମାନେ ମ୍ୟାଚର ଗତି ବଦଳାଇ ପାରନ୍ତି

Odisha Sports Bureau