Cricket

ଭାରତୀୟ କ୍ରିକେଟ ପାଇଁ ଐତିହାସିକ ଦିନ

ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଭାରତୀୟ କ୍ରିକେଟ ଇତହିହାସର ଆଜି ହେଉଛି ଏକ ଐତିହାସିକ ଦିନ । ଆଜି ଗୋଟିଏ ଦିନରେ ଭାରତର ଦୁଇଟି ଦଳ ଦୁଇଟି ସ୍ଥାନରେ ଦୁଇ ଅଲଗା ପ୍ରତିଦ୍ୱନ୍ଦୀ ବିପକ୍ଷରେ ମ୍ୟାଚ ଖେଳିବ । ଗୋଟିଏ ପଟେ ଶ୍ରୀଲଙ୍କା ଗସ୍ତରେ ଥିବା ଶିଖର ଧୱନଙ୍କ ଅଧିନାୟକତ୍ୱରେ ଭାରତ ମ୍ୟାଚ ଖେଳୁଥିବା ବେଳେ ଅନ୍ୟପଟେ ନିୟମିତ ଅଧିନାୟକ ବିରାଟ କୋହଲୀ ଇଂଲଣ୍ଡ ବିରୁଦ୍ଧରେ ପ୍ରାକ୍ଟିସ ମ୍ୟାଚ ଖେଳିବେ ।
ଇଂଲଣ୍ଡ ବିପକ୍ଷ ପାଞ୍ଚମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଅଗଷ୍ଟ ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ତେବେ ଆଜିଠାରୁ ଟିମ ଇଣ୍ଡିଆ କାଉଣ୍ଟି ସିଲେକ୍ଟ ଇଲେଭେନ ବିପକ୍ଷରେ ମ୍ୟାଚ ଖେଳିବାକୁ ଯାଉଛି । ସେହିପରି ଅନ୍ୟପକ୍ଷରେ ଧୱନଙ୍କ ନେତୃତ୍ୱରେ ଶ୍ରୀଲଙ୍କା ବିପକ୍ଷରେ ମଇଦାନକୁ ଓହ୍ଲାଇଛି ଭାରତର ଟିମ ବି । ୩ଟି ଲେଖାଏଁ ଦିନିକିଆ ଏବଂ ଟି-ଟ୍ୱେଣ୍ଟି ଖେଳିବାକୁ ଶ୍ରୀଲଙ୍କା ଗସ୍ତରେ ଥିବା ଦଳ ପ୍ରଥମ ମ୍ୟାଚରେ ବିଜୟୀ ହୋଇ ସିରିଜରେ ୧-୦ ରେ ଅଗ୍ରଣୀ ଲାଭ କରିଛି । ତେବେ ଆଜି ଉଭୟଙ୍କ ମଧ୍ୟରେ ଦ୍ୱିତୀୟ ମ୍ୟାଚ ଖେଳାଯାଉଛି । ରୋଚକ କଥା ହେଉଛି ଉଭୟ ଯାକ ମ୍ୟାଚ ଟେଲିଭିଜନ ମାଧ୍ୟମରେ ପ୍ରସାରଣ କରାଯିବ ।

Related posts

ଅବସର ନେବେ ଟେନିସ ଖେଳାଳୀ ଲିଆଣ୍ଡର ପେସ୍

Odisha Sports Bureau

IPL ୨୦୨୪ ଭାରତରେ ଖେଳାଯିବ ନାହିଁ? ଏପରି ସମ୍ଭାବନା କାହିଁକି ସୃଷ୍ଟି ହୋଇପାରେ ଜାଣନ୍ତୁ

Odisha Sports Bureau

ଦିଲ୍ଲୀରେ ପ୍ରଦୂଷଣ ହେତୁ ଇଣ୍ଡିଆ ଓପନରୁ ଓହରିଗଲେ ଆଣ୍ଡର୍ସ ଆଣ୍ଟୋନସେନ୍

Odisha Sports Bureau