Hockey

ହକି ବିଶ୍ୱକପରେ ଝଲସିବ ତାରକସି କରୁକାର୍ଯ୍ୟ

(ଓଡ଼ିଶା ସ୍ପୋର୍ଟ): ଆଉ ଦିନ କେଇଟାର ପ୍ରତିକ୍ଷା । ଆରମ୍ଭ ହେବ ହକି ବିଶ୍ୱକପ । ଏନେଇ ସମସ୍ତ ପ୍ରସ୍ତୁତି ଯୋର ସୋରରେ ଚାଲିଛି । ବିଶ୍ୱକପରେ ଝଲସିବ ତାରକସୀ କାମ। ଖେଳାଳି ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ତାରକସୀ କାମରେ ପ୍ରସ୍ତୁତ ରୂପାର ମୁମେଣ୍ଟୋ ଦିଆଯିବ । ଏଥିପାଇଁ କଟକ କାଫଲାଫାଣ୍ଡି ଅଞ୍ଚଳରେ ୩ ପ୍ରକାର ମୁମେଣ୍ଟୋ ତିଆରି ଚାଲିଛି ।

ପ୍୍ରଥମ ପର୍ୟ୍ୟାୟରେ ୧୭୫ଟି ରୂପା କାରୁକାର୍ୟ୍ୟରେ ପ୍ରସ୍ତୁତ ଛୋଟ ଛୋଟ ରୂପାର ମୁମେଣ୍ଟୋ କାମ ଶେଷ ହୋଇଛି । ଆଉ ୧୦୦ଟି ମୁମେଣ୍ଟୋ କାମ ଚାଲିଛି । ରାଜ୍ୟ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଏହି ଅର୍ଡର ମିଳିଛି । ତାରକସୀ କାରିଗର ପଙ୍କଜ କୁମାର ସାହୁ ଓ ୫ ଜଣ କାରିଗର ସମସ୍ତ ମୁମେଣ୍ଟୋ ପ୍ରସ୍ତୁତ କରୁଛନ୍ତି । ୨୦ କେଜିରୁ ଅଧିକ ରୂପାରେ ଏସବୁ ପ୍ରସ୍ତୁତ ହେଉଛି । ତରକାସୀ କାରୁକାର୍ଯ୍ୟକୁ ବିଶ୍ୱବିଦିତ କରିବା ଇଦ୍ଦେଶ୍ୟରେ ଏହି ରାଜ୍ୟ ସରକାର ଏପରି ଯୋଜନା କରିଛନ୍ତି । ଆଧୁନିକତା ଛାପରେ ତାରକସି ଓ ହସ୍ତଶିଳ୍ପର କାରୁକାର୍ଯ୍ୟ ହଯିବାକୁ ବସିଥିବା ବେଳେ ରାଜ୍ୟ ସରକାରଙ୍କ ଏହି ଯୋଜନା କାରୀଗରଙ୍କୁ ବେଶ୍ ପ୍ରୋତ୍ସାହିତ କରିବ ।

Related posts

ହକି ବିଶ୍ୱକପ ବେଲଜିୟମ ପ୍ରଥମ ଥର ବିଶ୍ୱ ବିଜୟୀ

Odisha Sports Bureau

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ ଘୋଷଣା

Odisha Sports Bureau

୧୫୦ ତମ ମ୍ୟାଚ ଖେଳି ରେକର୍ଡ଼ କଲେ ଓଡ଼ିଆ ଝିଅ ଲିଲିମା

Odisha Sports Bureau