Hockey

ହକି ଇଣ୍ଡିଆ ଚୟନ କମିଟିରେ ସର୍ଦ୍ଦାର ସିଂହ ସାମିଲ

(ଓଡିଶା ସ୍ପୋର୍ଟ): ଭାରତୀୟ ହକି ଟିମ୍ ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂହଙ୍କୁ ୧୩ ଜଣିଆ ସଦସ୍ୟ ବିଶିଷ୍ଟ ହକି ଇଣ୍ଡିଆ ଚୟନ କମିଟିରେ ସାମିଲ କରାଯାଇଛି। ୧୯୭୫ ବିଶ୍ୱ କପ୍ ବିଜେତା ଟିମ୍ ସଦସ୍ୟ ବି.ପି ଗୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି।

ଏହା ମୋ ପାଇଁ ନୂଆ ଚ୍ୟାଲେଞ୍ଜ। ମୁଁ ଯେ କୌଣସି ବାଟରେ ସବୁବେଳେ ଭାରତୀୟ ହକିର ସେବା କରିବାକୁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ସର୍ଦ୍ଦାର ସିଂହ ।
ହକି ଇଣ୍ଡିଆ ଚୟନ କମିଟିରେ ଥିବା ଅନ୍ୟ ସଦସ୍ୟଙ୍କ ମଧ୍ୟରେ ରହିଛନ୍ତି ହର୍ବିନ୍ଦର ସିଂହ, ସୟଦ ଅଲ୍ଲୀ, ଏ.ବି ସୁବୈହ, ଆର୍.ପି ସିଂହ, ରଜନୀଶ ମିଶ୍ରା, ଜୋୟଦୀପ କୌର, ସୁରେନ୍ଦର କୌର, ଅସୁନ୍ତା ଲାକ୍ରା, ଡାଭିଡ୍ ଜୋନ୍ ଓ ଉଭୟ ପୁରୁଷ ଏବଂ ମହିଳା ସିନିୟର ଟିମ୍ ର କୋଚ୍।

ସର୍ଦ୍ଦାର ସିଂହ ୨୦୨୦ ଟୋକିଓ ଅଲିମ୍ପିକ୍ସ ପର୍ୟ୍ୟନ୍ତ ଖେଳିବାକୁ ଚାହୁଁଥିଲେ। କିନ୍ତୁ ଗତବର୍ଷ ଏସିଆନ୍ ଗେମ୍ସରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ସେ ଖେଳ ଛାଡିଦେଇଥିଲେ।

Related posts

ପୋଲିସ ହକି ଚମ୍ପିୟାନସିପରେ ଓଡିଶା ପୋଲିସର ପୁରୁଷ ଓ ମହିଳା ଟିମ ଦଳଗତ ପ୍ରଦର୍ଶନ କରି ହାସଲ କଲେ ବ୍ରୋଞ୍ଜ ପଦକ

Odisha Sports Bureau

ମହିଳା ପ୍ରୋ ଲିଗ୍‌: ଦୁଇଟି ମ୍ୟାଚ୍‌ର ନୂଆ ସୂଚୀ ଘୋଷଣା

Odisha Sports Bureau

ଜାତୀୟ କ୍ରୀଡା ଦିବସ: ଦାସତ୍ୱ ଭାରତକୁ ଏକ ନୂତନ ପରିଚୟ ଦେଇଥିଲେ ଧାନଚାନ୍ଦ

Odisha Sports Bureau