ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍ । ଏଥିରେ ପାକିସ୍ତାନ ଭାଗ ନେବ କି ନାହିଁ, ତାକୁ ନେଇ ସମସ୍ୟା ଦେଖାଯାଇଥିଲା । ତେବେ ଆଜି ପାକିସ୍ତାନ ହକି ଫେଡ଼େରେସନର ସଚିବ ଶାହାବାଜ ଅହମ୍ମଦ ସ୍ପଷ୍ଟ କରିଛନ୍ତି ଯେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ହେବାକୁ ଥିବା ହକି ବିଶ୍ୱକପ୍ରେ ପାକିସ୍ତାନ ଭାଗ ନେବ । ଅନ୍ତର୍ଜାତୀୟ ହକି ଫେଡ଼େରେସନର ସଭାପତି ନରେନ୍ଦ୍ର ବାତ୍ରା ମଧ୍ୟ ଏକଥାକୁ ଦୋହାରାଇଛନ୍ତି ।
ପାକିସ୍ତାନ ହକି ଟିମ୍ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଦଳ ଏଥର ବିଶ୍ୱକପରେ ଭାଗ ନେଇ ପାରିବ ନାହିଁ ବୋଲି ଖବର ପ୍ରକାଶ ପାଇଥିଲା ।
ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଶ୍ରୀ ବାତ୍ରା କହିଛନ୍ତି,ମୁଁ ବୁଝିପାରୁନି ଏଭଳି ମିଥ୍ୟା ରିପୋର୍ଟ ଆସୁଛି କେଉଁଠୁ? ର୍ମୁୁଁ ଅନ୍ତଃର୍ଜାତୀୟ ହକି ଫେଡ଼େରେସନର ସଭାପତି କିନ୍ତୁ ପାକିସ୍ତାନ ବିଶ୍ୱକପ୍ ଖେଳିବ କି ନାହିଁ ବୋଲି ଖବର ପାଇନାହିଁ । ପାକିସ୍ତାନ ହକି ଫେଡ଼େରେସନ କେବେ ହେଲେ ଏ ସମ୍ପର୍କରେ ଆମ ସହ କଥା ହୋଇ ନାହିଁ । ଆମେ ଯେତିକି ଜାଣିଛୁ ପାକିସ୍ତାନ ଏଥର ବିଶ୍ୱ କପ ଖେଳିବାକୁ ଆସିବ ।
ଯେଉଁ ସମସ୍ୟା ଥିଲା ତାହା ବର୍ତ୍ତମାନ ଦୂର ହୋଇଯାଇଛି । ଆମେ ବିଶ୍ୱକପ ଖେଳିବାକୁୁ ନିଶ୍ଚିତ ଯିବୁ । ଯେଉଁ ଆର୍ଥିକ ସମସ୍ୟା କଥା କୁହାଯାଉଥିଲା, ତାକୁ ପ୍ରଧାନମନ୍ତ୍ରୀ ଦୂୂର କରିଛନ୍ତି । କିନ୍ତୁ ଅର୍ଥ ମଞ୍ଜୁରୀ ପାଇଁ କିଛି ସମୟ ଲାଗୁଛି । ତଥାପି ଏହା ଖୁବ ଶ୍ରୀଘ ହୋଇଯିବ ବୋଲି କହିଛନ୍ତି ।
ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ନଭେମ୍ବର ୨୮ ରୁ ଡ଼ିସେମ୍ବର ୧୬ ଯାଏ ହକି ବିଶ୍ୱକପ ଅନୁଷ୍ଠିତ ହେବ ।