Hockey

ହକି ବିଶ୍ୱ କପ୍ ରେ ପାକିସ୍ତାନକୁ ପ୍ରାୟୋଜିତ କରିବ ପେସାୱାର ଜାଲମି ମାଲିକ ଜାଭେଦ ଆଫ୍ରିଦି

 ଆର୍ଥିକ ସଙ୍କଟରେ ଥିବା ପାକିସ୍ତାନ ହକି ମହାସଂଘ (ପିଏଚଏଫ)କୁ ପ୍ରାୟୋଜିତ କରିବାକୁ ଏକ କ୍ରିକେଟ୍‌ ଫ୍ରାଞ୍ଚାଇଜ ଆଗେଇ ଆସିବାରୁ ଓଡ଼ିଶା ହକି ବିଶ୍ୱକପ୍ ରେ ପାକିସ୍ତାନ ଦଳର ଅଂଶଗ୍ରହଣ ନିଶ୍ପିତି ହୋଇଛି । ପିଏଚଏଫ୍‌ର ସମ୍ପାଦକ ସାହାବାଜ ଅହମ୍ମଦ ସୂଚନା ଦେଇଛନ୍ତି ଯେ, ପାକିସ୍ତାନ ସୁପର ଲିଗ୍ (କ୍ରିକେଟ)ର ଫ୍ରାଞ୍ଚାଇଜ ପେସାୱାର ଜାଲମି ମାଲିକ ଜାଭେଦ ଆଫ୍ରିଦି ଜାତୀୟ ହକି ଦଳକୁ ୨୦୨୦ ମସିହା ପର୍ୟ୍ୟନ୍ତ ପ୍ରାୟୋଜିତ କରିବାକୁ ପିଏଚଏଫ୍ ସହିତ ଚୁକ୍ତିସ୍ବାକ୍ଷର କରିଛନ୍ତି। ଏହି ପ୍ରାୟୋଜନରେ ଜାତୀୟ ବରିଷ୍ଠ ଓ କନିଷ୍ଠ ଦଳର ସମସ୍ତ ଅନର୍ଜାତୀୟ ଗସ୍ତ ଏବଂ ଘରୋଇ ହକି ଅନ୍ତର୍ଭୁକ୍ତ ରହିବ ବୋଲି କୁହାଯାଇଛି। ଏହା ଆମ ପାଇଁ ଏକ ବଡ଼ ଆଶ୍ବସ୍ତି ବୋଲି ପ୍ରକାଶ କରିଛନ୍ତି ଜାଭେଦ ଆଫ୍ରିଦି। ତାଙ୍କ କମ୍ପାନି ‘ହାୟର ପାକିସ୍ତାନ’ ପକ୍ଷରୁ ସେ ଏହି ଚୁକ୍ତି କରିଛନ୍ତି। ପୂର୍ବରୁ ପିଏଚଏଫ୍ ପାକିସ୍ତାନ ସରକାରଙ୍କୁ ବିଶ୍ବକପ୍ ଲାଗି ୮୦ ଲକ୍ଷ ଟଙ୍କା ଅନୁଦାନ ଲାଗି ଅନୁରୋଧ କରିଥିଲେ ମଧ୍ୟ‌ ‌କେହି କର୍ଣ୍ଣପାତ କରିନଥିଲେ। ହକି ପାକିସ୍ତାନର ଜାତୀୟ ଖେଳ ହୋଇଥିଲେ ମଧ୍ୟ ଇମ୍ରାନ ଖାନଙ୍କ ସରକାର ରବିବାର ସୁଦ୍ଧା କୌଣସି ସହାୟତା ପ୍ରଦାନ କରିନଥିଲା। ଅନ୍ୟପକ୍ଷରେ ପୂର୍ବ ଋଣ ପରିଶୋଧ କରିନଥିବାରୁ ପାକିସ୍ତାନ କ୍ରିକେ୍‌ଟ ବୋର୍ଡ ମଧ୍ୟ ନୂଆ ଋଣ ପ୍ରଦାନ ଲାଗି ପିଏଚ୍‌ଏଫ୍‌କୁ ମନା କରି ଦେଇଥିଲା। ଆମେ ଏବେ କେବଳ ଭିସା ଅପେକ୍ଷାରେ ରହିଛୁ ବୋଲି କହିଛନ୍ତି ପିଏଚ୍‌ଏଫ୍‌ ସମ୍ପାଦକ।

Related posts

ଆଜି ହକି ବିଶ୍ୱକପରେ ପାକିସ୍ତାନର ଅଭିଯାନ ଆରମ୍ଭ

Odisha Sports Bureau

୪-୧ରେ ହାରିଲା ଇଜିପ୍ଟ

Odisha Sports Bureau

ପୁରୁଷ ହକି ଏସିଆନ୍ ଚାମ୍ପିଅନ୍‌ସିପ୍ ଟ୍ରଫି, ଓମାନକୁ ୧୧-୦ରେ ପରାସ୍ତ କଲା ଭାରତ

Odisha Sports Bureau