Hockey

ହକି ବିଶ୍ୱ କପର ଲାଇଭ ଦେଖିବ ଓଡିଶାବାସୀ

 ହକିପ୍ରେମୀଙ୍କ ପାଇଁ ଖୁସିଖବର । ସାରା ଓଡିଶାରେ ଥିବା ହକିପ୍ରେମୀ ଦେଖିପାରିବେ ହକି ବିଶ୍ୱକପର ଲାଇଭ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତି ନିର୍ବାଚନମଣ୍ଡଳିରେ ଲାଗିବ ୩ଟି ଏଲସିଡି । ହକି ଖେଳ ଦେଖିବା ପାଇଁ ଲୋକଙ୍କ ଭିତରେ ବଢ଼ୁଛି ଉତ୍ସାହ । ଏଥିପାଇଁ ଟିକେଟ କିଣିବା ପାଇଁ ଦେଖିବାକୁ ମିଳିଥିବା ଉତ୍ସାହରୁ ଏହା ସ୍ପଷ୍ଟ ହୋଇଛି ।

ଆସନ୍ତା ୨୭ ତାରିଖରେ କଳିଙ୍ଗ୍ ଷ୍ଟାଡିୟମରେ ହକି ବିଶ୍ୱକପ୍ ପାଇଁ ଉଦ୍ଦଘାଟନି ଉତ୍ସବ ଆୟୋଜିତ ହେବ । ସେହିପରି ୨୮ ତାରିଖରେ ବାରବାଟି ଷ୍ଟାଡିୟମରେ ବିଶ୍ୱ କପ୍ ପାଇଁ ଏଆର ରେହମାନଙ୍କ ସଂଗୀତ ଭିତିକ କାର୍ୟ୍ୟକ୍ରମ ରହିଛି । ଏଥିରେ ବଲିଉଡ୍ ବାଦଶାହା ଶାହାରୁଖ ଖାଁ ଯୋଗଦେବେ । ଡିସେମ୍ବର ୧୬ତାରିଖ ପର୍ୟ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଖେଳ ଚାଲିବ ।

Related posts

ଜାପାନକୁ ୫-୧ ଗୋଲ୍ରେ ମାତ୍ ଦେଇଛି ଭାରତ

Odisha Sports Bureau

୧୩ ତମ ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଚାମ୍ପିଅନସିପ୍ ୨୦୨୩ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି ଓଡିଶା ହକି ଆସୋସିଏସନ୍

Odisha Sports Bureau

ୟୁନିଟ-୧ ମାର୍କେଟରେ ପ୍ରଦର୍ଶିତ ହେଲା ହକି ବିଶ୍ୱକପ ଟ୍ରଫିର ୮ ଫୁଟ୍ର ପ୍ରତିକୃତି

Odisha Sports Bureau