More Sports

ଖୋ ଖୋ ପାଇଁ ଓଡିଶା ସରକାରଙ୍କ ଆଶା

ଭୁବନେଶ୍ୱର (ଓଡିଶା ସ୍ପୋର୍ଟର୍ସ) : ଖୋ ଖୋ ହେଉଛି ଭାରତର ଏକ ପୂରାତନ ଖେଳ । ଏହି ଖେଳ ଦେଶ ବିଦେଶରେ ଲୋକପ୍ରିୟତା ହାସଲ କରିପାରିଛି । ଜାତୀୟ ଚମ୍ପିୟାନସିପରେ ଫାଇନାଲରେ ହାରିଯାଇଥିଲେ ମହିଳା ଟିମ୍ । ସେହିଭଳି ଜାତିୟ ଚମ୍ପିୟାନସିପରୁ ମହାରାଷ୍ଟ୍ର ତଳେ ଥିଲେ ଓଡିଶା ପୁରୁଷ ଦଳ । ଖେଲୋ ଇଣ୍ଡିଆ ୟୁଥ ଗେମରେ ଓଡିଶା ମହିଳା ଦଳ ଦୁଇଟି ବ୍ରୋଞ୍ଜ ମେଡାଲ ମଧ୍ୟ ଜିତି ପାରିଛି । ଓଡିଶାର ଖେଳାଳି ନିଜର ଦକ୍ଷତାକୁ ସଠିକ ଓ ଦୃଢ ଭାବେ ପ୍ରତିପାଦନ କରି ପାରୁଥିବାରୁ ଖୋ ଖୋ ପାଇଁ ଏକ ଆଶା ଉଜ୍ଜୀବିତ ହୋଇପାରିଛି । ଏଥିପାଇଁ ଓଡିଶା ସରକାର , ଯୁବ କ୍ରୀଡା ବିଭାଗ ଓ ଓଡିଶା ଖୋ ଖୋ ଆସୋସିଏସନ ସହିତ ମିଶି ୧୮ ବର୍ଷରୁ କମ୍ ବୟସର ଖୋ ଖୋ ଖେଳ ପାଇଁ ଆଗ୍ରହୀ ଖେଳାଳୀ ମାନଙ୍କ ପାଇଁ ଟ୍ରେନିଂ କ୍ୟାମ୍ପ କରାଯାଇଛି । ଏହି ଟ୍ରେନିଂ ପ୍ରକ୍ରିୟାରେ ୩୩ ଜଣ କୋଚ ସହିତ ୧୬ ଟି ଜିଲ୍ଲାରେ ଟ୍ରେନିଂ ଆରମ୍ଭ ହୋଇ ଯାଇ ଅଛି । ଖେଳାଳି ମାନଙ୍କର ଫିଟନେସ ଟେଷ୍ଟ କୁ ସେନା ବିଭାଗର ଜଣେ ବରିଷ୍ଠ ଅଧିକାରୀ ତଦାରଖ କରିଥିଲେ ।

Related posts

ଏଫଆଇଏଚ୍ ପ୍ରୋ ଲିଗ ସ୍ଥଗିତ

Odisha Sports Bureau

ଆନ୍ତର୍ଜାତୀୟ ଅଲିମ୍ପିକ୍ ଦିବସ: ଏହି ବିଶେଷ ଦିନର ଗୁରୁତ୍ୱ ଏବଂ ଇତିହାସ ସହିତ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଶିଖନ୍ତୁ

ଯୌନ ନିର୍ଯାତନା ଅଭିଯୋଗରେ ସୁଟିଂ ପ୍ରଶିକ୍ଷକ ଅଙ୍କୁଶ ଭରଦ୍ୱାଜ ନିଲମ୍ବିତ

Odisha Sports Bureau