Cricket

କେମିତି ବୁକ କରିବେ ୱାର୍ଲଡ କପ ଟିକେଟ ?

ନୂଆଦିଲ୍ଲୀ : ଆଇସିସି ବିଶ୍ୱକପ ୨୦୨୩ ପାଇଁ ଭାରତରେ ଆୟୋଜିତ ହେବାକୁ ଯାଉଛି | ଯାହାକୁ ନେଇ ଫୁଲ ଜୋସରେ ଅଛନ୍ତି ଫ୍ୟାନ୍ସ | ଟିକେଟ ପାଇବା ପାଇଁ ବ୍ୟାକୁଳ ହେଉଛନ୍ତି କ୍ରିକେଟ ପ୍ରେମୀ । ସେପଟେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୧୫ ତାରିଖରେ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ଭାରତ ପାକିସ୍ତାନ ମ୍ୟାଚ ମାନେ ଫ୍ୟାନ୍ସଙ୍କର କରଜ କିଛି ଅଲଗା ରହିଥାଏ | ସବୁ ସମୟରେ ଦେଖାଯାଏ ଭାରତ ପାକିସ୍ତାନ ବିପକ୍ଷରେ ମ୍ୟାଚରେ କମ ସମୟରେ ବିକ୍ରି ହୋଇଯାଇଥାଏ ଟିକେଟ । ବିଦେଶକୁ ମଧ୍ୟ ଖେଳ ଦେଖିବାକୁ ପହଚିଂଥାନ୍ତି ପ୍ରଶଂସକ । ତେବେ ଭାରତରେ ମ୍ୟାଚ ହେଉଥିବାବେଳେ ଏହି ମ୍ୟାଚ ଦେଖିବା ପାଇଁ ଚାହିଁ ବସିଛନ୍ତି ପ୍ରଂଶସକ । ବିଶ୍ୱକପ ୨୦୨୩ର କାର୍ଯ୍ୟସୂଚୀ ଜୁନ୍ ୨୭ ତାରିଖରେ ଆଇସିସ ପକ୍ଷରୁପ୍ରକାଶ ପାଇଛି । ୧୦ଟି ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟରେ ୪୮ଟି ମ୍ୟାଚ ଖେଳାଯିବ । ଅକ୍ଟୋବର ୫ ତାରିଖରୁ ଟୁର୍ଣ୍ଣାମେଂଟ ଆରମ୍ଭ ହେବାକୁ ଯାଉଛି । ଇଂଲଣ୍ଡ ଏବଂ ନ୍ୟୁଜି ଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ନଭେମ୍ବର ୧୯ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ । ସମସ୍ତ ଟିମ ଫୁଲ ଦମରେ ରହିଥିବାବେଳେ ଚଳିତ ବର୍ଷ ବିଶ୍ୱକପ ବେଶ ରୋମାଂଚକ ହେବ ବୋଲି କ୍ରିକେଟ ପଣ୍ଡିତମାନେ ମତ ଦେଇଛନ୍ତି । ସବୁ ଦେଶ ଏବେ ଦମଦାର ଫର୍ମରେ ରହିଥିବାବେଳେ ଯୁବ ଏବଂ ଅଭିଜ୍ଞଙ୍କୁ ନେଇ ମଇଦାନକୁ ଓହ୍ଲାଇବେ । ଏଣୁ ମ୍ୟାଚ ଦେଖିବା ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି ।

ମ୍ୟାଚ ସୂଚୀ ଘୋଷଣା ହେବା ପରେ କେବେ ଟିକେଟ ଉପଲବ୍ଧ ହେବ ଏବଂ କେଉଁ ସାଇଟରୁ ମିଳିବ ତାକୁ ଚାହିଁ ବସିଛନ୍ତି ଫ୍ୟାନ୍ସ । କିନ୍ତୁ ଏଯାବତ ବିସିସିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ କିମ୍ବା ଟିକେଟ ସମ୍ପର୍କରେ କୌଣସି ସ୍ପଷ୍ଟ କରାଯାଇନାହିଁ । ଏକ ଜାତୀୟ ଗଣମାଧ୍ୟମରେ କିନ୍ତୁ ଟିକେଟ ଉପଲବ୍ଧକୁ ନେଇ ଏକ ଖବର ପ୍ରକାଶ ପାଇଛି । ଯେଉଁଥିରେ ପ୍ରକାଶ ପାଇଛି କି କିଭଳି ପାଇପାରିବେ ଟିକେଟ । ଏବଂ କେଉଁ ସାଇଟରେ ଉପଲବ୍ଧ ହେବ ଟିକେଟ ସେ ସମ୍ପର୍କରେ କୁହାଯାଇଛି । ରିପୋର୍ଟରେ ପ୍ରକାଶ ପାଇଛି କି, ଆଇସିସିର ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ । ଏହା ବ୍ୟତିତ ବୁକ ମାଇଁ ସୋ, ପେଟିଏମ୍ ଏବଂ ପେଟିଏମ ଇନସାଇଡରେ ଉପଲବ୍ଧ ହେବ । ଟିକେଟର ମୂଲ୍ୟ ୫ଶହ ଟଙ୍କାରୁ ଆରମ୍ଭ ହୋଇ ୧୦ ହଜାର ପର୍ଯ୍ୟନ୍ତ ହୋଇପାରେ । ସ୍ଥାନ ଅନୁଯାୟୀ ଟିକେଟର ମୂଲ୍ୟ ସ୍ଥିର କରାଯାଇପାରେ । ବିଶ୍ୱକପର ସମସ୍ତ ମ୍ୟାଚ ମୋଟ ୧୦ଟି ସ୍ଥାନରେ ଖେଳାଯିବ । ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ପାକିସ୍ତାନ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ଖେଳାଯିବ । କିନ୍ତୁ ଅକ୍ଟୋବର ୮ ତାରିଖରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିବ । ଦୃଢ଼ ଟିମ ସାମନାରେ ଘରୋଇ ଦଳ ପ୍ରଥମ ମ୍ୟାଚ ଖେଳୁଥିବାବେଳେ ଏହି ମ୍ୟାଚରେ ମଧ୍ୟ ଦର୍ଶକଙ୍କ ସଂଖ୍ୟା ବଢ଼ିବ । ଏଯାବତ ଟିକେଟ ବୁକିଂକୁ ନେଇ ଆଇସିସି ପକ୍ଷରୁ କୌଣସି ସ୍ପଷ୍ଠୀକରଣ ଦିଆଯାଇନଥିବାବେଳେ କେବେ ସୂଚନା ଦିଆଯାଉଛି ତାକୁ ଚାହିଁ ବସିଛନ୍ତି କ୍ରିକେଟପ୍ରେମୀ ।

Related posts

ବକାର ୟୁନୁସ ପାକ କୋଚ ଦୌଡରେ ଆଗରେ

Odisha Sports Bureau

ବିସିଆଇ ଇଛା ବିରୋଧରେ କଣ କରିଥିଲେ କାର୍ତ୍ତିକ, ଏହାପରେ କଣ କରିବାକୁ ହେଲା ତାଙ୍କୁ?

Odisha Sports Bureau

ଭାରତୀୟ କ୍ରିକେଟ ଦଳର ଭେଟେରାନ ଖେଳାଳି ହରଭଜନ ସିଂଙ୍କ ଜନ୍ମ ଦିନ