Cricket

ବାଂଲାଦେଶୀ କ୍ରୀଡ଼ା ସାମ୍ବାଦିକ ମାନଙ୍କୁ ଅନୁମତି ଦେବାକୁ ମନା କରିଦେଇଛି ଆଇସିସି

ବାଂଲାଦେଶକୁ ଆଉ ଏକ ଝଟକା ଦେଇଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ । ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପରୁ ବାଂଲାଦେଶ ଦଳକୁ ବାହାର କରିବା ପରେ ଏବେ ବାଂଲାଦେଶୀ କ୍ରୀଡ଼ା ସାମ୍ବାଦିକମାନଙ୍କୁ ଅନୁମତି ଦେବାକୁ ମନାକରିଦେଇଛି ।

Why Were Bangladesh Journalists Refused T20 World Cup Access? ICC Breaks  Silence | Cricket - Times Now

ସୂଚନା ଅନୁସାରେ ବାଂଲାଦେଶର ବିଭିନ୍ନ ଗଣମାଧ୍ୟମ ପାଇଁ କାମ କରୁଥିବା ପ୍ରାୟ ୧୫୦ ଜଣ କ୍ରୀଡ଼ା ସାମ୍ବାଦିକ ବିଶ୍ବକପ୍ ରିପୋର୍ଟ ନିମନ୍ତେ ଅଧିସ୍ବୀକୃତି ପାଇଁ ଆଇସିସି ନିକଟରେ ଆବେଦନ କରିଥିଲେ । କିନ୍ତୁ ଆଇସିସି ସେମାନଙ୍କ ଆବେଦନଗୁଡ଼ିକୁ ଖାରଜ କରିଦେଇଛି । ଇ-ମେଲ୍ ମାଧ୍ୟମରେ ଏହି ନିଷ୍ପତ୍ତି ସମ୍ପର୍କରେ ସାମ୍ବାଦିକମାନଙ୍କୁ ଜଣାଇଦିଆଯାଇଛି । ଏପରିକି କେତେକ ସାମ୍ବାଦିକଙ୍କୁ ପୂର୍ବରୁ ଆଇସିସି ପକ୍ଷରୁ ଅନୁମତି ଦିଆଯାଇଥିଲା । କିନ୍ତୁ ବାଂଲାଦେଶ କ୍ରିକେଟ୍ ଦଳକୁ ବିଶ୍ବକପରୁ ବାହାର କରାଯିବା ପରେ ସେମାନଙ୍କ ଆବେଦନ ଗୁଡ଼ିକୁ ରଦ୍ଦ କରିଦିଆଯାଇଥିଲା ।

Related posts

ଭାରତ-ଦକ୍ଷିଣ ଆଫ୍ରିକା: ବର୍ଷା ପାଇଁ ବାତିଲ ହେଲା ପ୍ରଥମ ମୁକାବିଲା

Odisha Sports Bureau

ବିଶ୍ୱକପ ପାଇଁ ଭାରତକୁ କାହିଁକି ଶ୍ରେୟସ୍ ଆୟରଙ୍କ ଭଳି ବିକଳ୍ପ ଖୋଜିବା ଉଚିତ?

Odisha Sports Bureau

ପ୍ରଥମ ଟେଷ୍ଟରେ ୭ ୱିକେଟରେ ବାଜି ହାତେଇଲା ୱେଷ୍ଟଇଣ୍ଡିଜ