Cricket

ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ସେହବାଗ, ଏଦୁଲଜି, ଡି’ସିଲ୍‌ଭା

ନୂଆଦିଲ୍ଲୀ : ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସ୍ଥାନ ପାଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍‌ ଡାଏନା ଏଦୁଲଜି, ବୀରେନ୍ଦ୍ର ସେହବାଗ ଓ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍‌ ଅରବିନ୍ଦ ଡି’ସିଲ୍‌ଭା। ଏହି ତିନିଜଣଙ୍କୁ ମୁମ୍ବାଇରେ ଆଇସିସି ପକ୍ଷରୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯିବ। ବୁଧବାର ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲ୍‌ ଅବସରରେ ସମ୍ମାନିତ କରାଯିବ ବୋଲି ଆଇସିସି ସିଇଓ ଜିଓଫ୍‌ ଆଲାରଡାଇସ୍‌ ଜଣାଇଛନ୍ତି। ଡି’ସିଲ୍‌ଭା ଶ୍ରୀଲଙ୍କା ପାଇଁ ୧୯ ବର୍ଷ ଧରି ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିବାର ଅଭିଜ୍ଞତା ରଖିଛନ୍ତି।

୧୯୯୬ ସଂସ୍କରଣରେ ଶ୍ରୀଲଙ୍କା ବିଶ୍ବବିଜେତା ଦଳର ସେ ସଦସ୍ୟ ଥିଲେ। ସେହିପରି ୨୦୧୧ ବିଶ୍ବକପ୍‌ ବିଜେତା ଦଳର ସଦସ୍ୟ ସେହବାଗ ଭାରତ ପକ୍ଷରୁ ୧୪ ବର୍ଷ ଧରି ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିଆସିଛନ୍ତି। ତେବେ ଏଦୁଲଜି ପ୍ରଥମ ଭାରତୀୟ ମହିଳା କ୍ରିକେଟର୍‌ ଭାବେ ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସ୍ଥାନ ପାଇବେ। ଏହି ସମ୍ମାନ ପାଇଁ ଏହି ତିନି କ୍ରିକେଟର୍‌ ଆଇସିସିକୁ କୃତଜ୍ଞତା ଜଣାଇଛନ୍ତି।

Related posts

ମହିଳା ଦୃଷ୍ଟିବାଧିତ T20 ବିଶ୍ୱକପ୍ ଖେଳାଳିଙ୍କୁ ସମ୍ବର୍ଦ୍ଧିତ

Odisha Sports Bureau

ବିରାଟଙ୍କ ଉପରେ ଲାଗିଲା ମୋଟା ଅଙ୍କର ଜରିମାନା

Odisha Sports Bureau

ଭାରତୀୟ କ୍ରିକେଟ ଏବେ ଅନିୟନ୍ତ୍ରିତ – ସୌରଭ ଗାଙ୍ଗୁଲି

Odisha Sports Bureau