Cricket

ବିରାଟ କୋହଲିଙ୍କ ବିରୋଧରେ ଆଇସିସିର କଡା ଆକ୍ସନ

ବିରାଟ କୋହଲିଙ୍କ ବିରୋଧରେ ଆଇସିସିର କଡା ଆକ୍ସନ । ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ସାମ୍ସ କନଷ୍ଟାସଙ୍କୁ ଧକ୍କା ମାରିବା ପାଇଁ ତାଭ୍କ ମ୍ୟାଚ ଫିସରେ ୨୦ ପ୍ରତିଶତ ଜୋରିମାନା ଲାଗିଛି ଓ ଗୋଟିଏ ଡିମେରିଟ ଅଙ୍କ ଦିଆଯାଇଛି । ଏହି ଘଟଣା ବକ୍ସିଂ ଡେ’ ଟେଷ୍ଟର ପ୍ରଥମ ଦିନରେ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଅଷ୍ଟ୍ରେଲୀୟ ଦଳର ଅଧିନାୟକ ପ୍ୟାଟ କମିକ୍ସ ଟସ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ମ୍ୟାଚର ପ୍ରଥମ ଦିନରେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ଥିଲେ ୧୯ ବର୍ଷିୟ ଡେବ୍ୟୁଟାଣ୍ଟ ସାମ କନଷ୍ଟାସ । ତେବେ କେବଳ ବ୍ୟାଟିଂ ନୁହେଂ କୋହଲିଙ୍କ ସହ ତାଙ୍କ ଝଗଡାକୁ ନେଇ ଚର୍ଚ୍ଚାକୁ ସେ ଆସିଥିଲେ । ୧୦ ଓଭର ଶେଷ ହେବା ପରେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା । ତେବେ ସବୁଠାରୁ ବଡ କଥା ହେଉଛି କୋହଲି ନିଲମ୍ବନରୁ ବଞ୍ଚିଯାଇଛନ୍ତି ।
କୋହଲିଙ୍କ ଉପରେ ଆଇସିସି ମାତ୍ର ୫ ଘଣ୍ଟାରେ ଏହି ଆକ୍ସନ ନେଇଛି । ଅନେଇ ମ୍ୟାଚରେ ଖେଳ ଶେଷ ହେବା ପରେ ଆକ୍ସନ ନିଆଯାଇଥାଏ । ହେଲେ ଏହି ମ୍ୟାଚରେ ପ୍ରଥମ ଦିନରେ ହିଁ ଏହି ନିଷ୍ପତ୍ତି ନିଆଯାଇଛି । ବିରାଟ କୋହଲି – କୋଷ୍ଟାସଙ୍କ ଏହି ଘଟଣାକୁ ଦୁର୍ଲଭ ଘଟଣା ବି କହିହେବ ।

Related posts

ଆସନ୍ତାକାଲି ଜିତିଲେ ପାକ୍ ରେକର୍ଡର ସମକକ୍ଷ ହେବ ଟିମ୍‌ ଇଣ୍ଡିଆ

Odisha Sports Bureau

ଟ୍ରଫିରେ ୧୧ ହଜାର ରନ୍ ସଂଗ୍ରହକଲେ ୱାସିମ୍ ଜାଫର

Odisha Sports Bureau

ପିତାଙ୍କ ପରଲୋକରେ ପଡ଼ିଆକୁ ଆସିଲେ ରସିଦ ଖାନ

Odisha Sports Bureau