ମୁମ୍ବାଇ : ପାଖେଇ ଆସୁଛି ଦିନିକିଆ ବିଶ୍ୱକପ୍ ୨୦୨୩ । ବିଶ୍ୱକପ୍ ପୂର୍ବରୁ ଡ୍ରେନେଜ୍ ବ୍ୟବସ୍ଥା ଉପରେ ଫୋକସ୍, ବର୍ଷା ହେଲେ କଭର ହେବ ପୁରା ଷ୍ଟାଡିୟମ୍ | ଇତିମଧ୍ୟରେ ବିସିସିଆଇ ଏବଂ ଆଇସିସି ପକ୍ଷରୁ କ୍ରୀଡାସୂଚୀ ଜାରି କରାଯାଇଛି । ଅକ୍ଟୋବର ୫ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳାଯିବ । ଏହାପରେ ଅକ୍ଟୋବର ୮ରେ ଭାରତ ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ସହିତ ଖେଳିବ । ତେବେ ବିଶ୍ୱକପ୍କୁ ଦୃଷ୍ଟିରେ ଅନେକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହିକ୍ରମରେ ବିଶ୍ୱକପ୍ର ମ୍ୟାଚ୍ ଆୟୋଜକ ହେବାକୁ ଥିବା ଷ୍ଟାଡିୟ ଗୁଡିକ ନୂତନ ବ୍ୟବସ୍ଥା ଆରମ୍ଭ କରିଛନ୍ତି ।
ଯଦି ୨୦୨୩ ଦିନିକିଆ ବିଶ୍ୱକପ୍ ସମୟରେ ବର୍ଷା ହୁଏ, ତେବେ ପୁରା ଷ୍ଟାଡିୟମ୍ରୁ କଭରରେ ଘୋଡାଯିବ । ଏଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି ବୋଲି ବିସିସିଆଇକୁ ସମସ୍ତ ବୋର୍ଡ ଜଣାଇଛନ୍ତି । ପ୍ରାୟତଃ ଅକ୍ଟୋବର ଏବଂ ନଭେମ୍ବର ମାସରେ ବର୍ଷାର ପରିମାଣର କମ୍ ରହିଥାଏ । ତେଣୁ ଯଦି ବି ଏହି ସମୟରେ ବର୍ଷା ହୁଏ, ତେବେ ପୁରା ଷ୍ଟାଡିୟମକୁ କଭର କରାଯିବ । ଏହାସହିତ ଷ୍ଟାଡିୟମରୁ ପାଣି ନିଷ୍କାସନ ପାଇଁ ଡ୍ରେନେଜ୍ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଫୋକସ୍ କରାଯାଇଛି । ବର୍ଷା ହେଲେ କିପରି କମ୍ ସମୟ ମଧ୍ୟରେ ମ୍ୟାଚ୍ର ଆରମ୍ଭ ହେବ । ସେଦିଗରେ ମଧ୍ୟ ରାଜ୍ୟ କ୍ରିକେଟ୍ ଆସୋସିଏସନ୍ ଧ୍ୟାନ୍ ଦେବାକୁ ବିସିସିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ୨୦୨୩ ଦିନିକିଆ ବିଶ୍ୱକପରେ ମୋଟ ୧୨ଟି ଭେନ୍ୟୁ ରହିଛି ।ଏଥିରେ ହାଇଦ୍ରାବାଦ୍, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା ରହିଛି । ଗୌହାଟୀ ଏବଂ ଥିରୁଅନନ୍ତପୁରମ୍ରେ ୨୯ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଅଭ୍ୟାସ୍ ମ୍ୟାଚ୍ ଖେଳାଯିବ । ମୋହାଲି, ନାଗପୁର, ରାଞ୍ଚି, ରାଜ୍କୋଟ, ଇନ୍ଦୋର ପରି ହାଇପ୍ରୋଫାଇଲ୍ କ୍ରିକେଟ୍ ଷ୍ଟାଡିୟମ୍କୁ ବିଶ୍ୱକପ୍ର ଗୋଟିଏ ହେଲେ ମ୍ୟାଚ୍ର ଆୟୋଜନ ମିଳିନାହିଁ ।